Saturday, March 21, 2026
19.7 C
Odisha

    ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Redmi 15A 5G, ପାୱାରଫୁଲ ବ୍ୟାଟେରୀ ସହିତ ୩ଟି କଲରର ଅପ୍ସନ ପାଇବେ ୟୁଜର୍ସ

    ଆଗକୁ ପଢନ୍ତୁ

    ଚୀନ ସ୍ମାର୍ଟଫୋନ୍ ମେକର Redmi ଭାରତରେ Redmi 15A 5G ତାରିଖ ଘୋଷଣା କରିଛି । Redmi 15A 5G ଗତବର୍ଷ ଲଞ୍ଚ ହୋଇଥିବା Redmi 15 5Gର ଉତ୍ତରାଧିକାରୀ ବୋଲି କୁହାଯାଉଛି । କମ୍ପାନୀ 15 ସିରିଜକୁ ତା’ର ଫୋନ୍ ଲଞ୍ଚ କରିବା ପାଇଁ ଗୋଟିଏ ଡେଡିକେଟେଡ୍ ମାଇକ୍ରୋସାଇଟ୍ ମଧ୍ୟ କମ୍ପାନୀର ୱେବସାଇଟ, Xiaomi India ଅନଲାଇନ୍ ଷ୍ଟୋରରେ ଜାରି କରିଛି ।

    ଏହି ଫୋନ୍ ଗୋଟିଏ ସପ୍ତାହ ପରେ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି ବୋଲି କମ୍ପାନୀ ଘୋଷଣା କରିଛି । ତେଣୁ ୟୁଜର୍ସଙ୍କୁ Redmi 15A 5G ପାଇଁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କମ୍ପାନୀ ଏହାର ଟିଜରକୁ X ହ୍ୟାଣ୍ଡେଲରେ ସେୟାର କରିଛି । ଏଥି ସହିତ ଏହା ପାଇଁ ଯେଉଁ ମାଇକ୍ରୋସପ୍ଟ ଲାଇଭ କରାଯାଇଛି ତା’ ଉପରେ ଖାସ୍ ସ୍ପେସିଫିକେସନ୍ ସମ୍ପର୍କରେ କମ୍ପାନୀ ପ୍ରକାଶ କରିଛି ।

    Redmi 15A 5G ଫୋନ୍ ବ୍ଲାକ୍, ବ୍ଲୁ ଏବଂ ପିଙ୍କ୍  ୩ଟି କଲରରେ ମାର୍କେଟରେ ଉପଲବ୍ଧ ହେବ । କମ୍ପାନୀ ଟିଜର ଅନୁଯାୟୀ, ଫୋନର ଡିସପ୍ଲେ 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ ଏବଂ 6300mAhର ବ୍ୟାଟେରୀ ସୁବିଧା ମିଳିବ । କମ୍ପାନୀ ମାଇକ୍ରୋସାଇଟ୍ ଅନୁସାରେ ଏହି ଫୋନରେ ଅକ୍ଟା-କୋର୍ 5G ଚିପସେଟ୍ ମିଳିବ । ଏହା ଛଡ଼ା ଏଥିରେ ଡୁଆଲ କ୍ୟାମେରା ରହିଛି । Redmi 15A 5G ରେ 32-ମେଗାପିକ୍ସେଲ AI ମୁଖ୍ୟ କ୍ୟାମେରାର ସୁବିଧା ପାଇବେ ୟୁଜର୍ସ ।

    Redmi 15A 5G ଫୋନରେ ଫ୍ଲାଟ୍ ପ୍ୟାନେଲ ସହିତ ରେକ୍ଟାଗୁଲାର କ୍ୟାମେରା ଆଇଲ୍ୟାଣ୍ଡ ରହିଛି । ଯେଉଁଥିରେ ୨ଟି କ୍ୟାମେରା ଲେନ୍ସ ସହିତ LED ଫ୍ଲାସର ସୁବିଧା ପାଇବେ ୟୁଜର୍ସ । ଫୋନଟି ଗୋଲାପୀ ରଙ୍ଗର ଏକ ଟେକ୍ସଚର୍ଡ ପ୍ୟାନେଲ ଥିବା କୁହାଯାଉଛି । ବ୍ରାଣ୍ଡିଂ ଫୋନ୍ ବ୍ୟାକରେ ନିଚଲେ ଲେପ୍ଟ କୋଣରେ ରଖାଯାଇଛି । ଏଥିରେ ମୋଟା ବେଜେଲ ଏବଂ ଫ୍ରଣ୍ଟରେ ଏକ ୱାଟରଡ୍ରପ୍-ଷ୍ଟାଇଲ୍ ନାଚ୍ ଫ୍ରଣ୍ଟରେ ସୁବିଧା ମିଳିବ । ଫୋନର ରାଇଟ୍ ସାଇଡରେ ପାୱାର ବଟନ୍ ଏବଂ ଭଲ୍ୟୁମ୍ କଣ୍ଟ୍ରୋଲ ବଟନ୍ ମିଳିବ ।

    ଯଦି ଏହାର ପ୍ରାଇସ କଥା କୁହାଯାଏ ତେବେ ଗତବର୍ଷ ଅଗଷ୍ଟରେ ଲଞ୍ଚ ହୋଇଥିବା Redmi 15A 5G ଅପେକ୍ଷା Redmi 15A 5Gର ପ୍ରାଇସ୍ କମ୍ ରହିବ ବୋଲି ଆଶା କରାଯାଉଛି । Redmi 15 5G ର 6GB RAM + 128GB ଷ୍ଟୋରେଜ୍ ପାଇଁ ଏହାର ପ୍ରାଇସ୍ ୧୪,୯୯୯ ଟଙ୍କା ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ