Thursday, February 6, 2025
22.6 C
Odisha

    ଖେଳ ହେଲା କାଳ: ଫ୍ରି-ଫାୟାର ଗେମରୁ ଶିଖିଲେ, ସାଙ୍ଗକୁ ଗୁଳି କରି ମାରିଲେ…

    ଆଗକୁ ପଢନ୍ତୁ

    ବିହାର: ଗେମ୍ ଖେଳି ସାଙ୍ଗର ଗେମ୍ ଓଭର କରିଦେଲା ସାଙ୍ଗ । ଖେଳ ଖେଳରୁ ହେଲା ଭୟଙ୍କର ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ । ବିହାରର ବେଗୁସରାଇରେ ଫ୍ରି-ଫାୟାର ଗେମ୍ ଖେଳୁଥିବା ସମୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ରାହୁଲଙ୍କୁ ହତ୍ୟା କରାଯାଇଥିଲା । ସେହି ମାମଲାରେ ପୋଲିସ ୩ ନାବାଳକଙ୍କ ସମେତ ୫ ଜଣ ଯୁବକଙ୍କୁ ବନ୍ଧୁକ ସହିତ ଗିରଫ କରିଛି । ଗିରଫ ଯୁବକମାନଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ କରିଛି ।

    ପୋଲିସର କହିବା ମୁତାବକ ଫେବୃଆରୀ ୧ ତାରିଖ ଅପରାହ୍ନରେ ୬ ଜଣ ସାଙ୍ଗ ମିଶି ଫୁଲୱାରିଆ ଥାନା ଅଞ୍ଚଳର ବାରୋଭିଟ୍ଟା ଗାଁରେ ଫ୍ରି-ଫାୟାର ଗେମ୍ ଖେଳୁଥିଲେ । ସେହି ଫ୍ରି-ଫାୟାର ଖେଳରୁ ଶିଖି ରାହୁଲକୁ ହତ୍ୟା କରିଥିଲେ । ମୃତକଙ୍କ ପିତା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।

    ଖବର ପାଇ ଘଟଣା ସ୍ଥଳରେ ପୋଲିସର ପୂରା ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ହତ୍ୟାରେ ସାମିଲ ଥିବା ରାହୁଲର ୫ ଜଣ ସାଙ୍ଗକୁ ବନ୍ଧୁକ ସହ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ମଧ୍ୟ ଅଛନ୍ତି । ଗିରଫ ପରେ ୫ ଜଣ ନିଜର ଦୋଷ ସ୍ୱୀକାର କରିଛନ୍ତି । ତେବେ,ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ ଯାଇ ପାଠ ପଢୁଥିବା ଛାତ୍ରମାନଙ୍କ ପାଖରେ ବନ୍ଧୁକ ଆସିଲା କେଉଁଠୁ ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.6 ° C
    22.6 °
    22.6 °
    46 %
    2.1kmh
    100 %
    Wed
    22 °
    Thu
    34 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ