Saturday, April 19, 2025
40.3 C
Odisha

    ଗଭୀର ଜଳ ରାଶିରେ ଚେସ୍‌ ଖେଳିଲେ କ୍ରୀଡା ମନ୍ତ୍ରୀ, ମହାନଦୀରେ କଲେ ସ୍କୁବା ଡାଇଭିଂ

    ଆଗକୁ ପଢନ୍ତୁ

    ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ କ୍ରୀଡା ମନ୍ତ୍ରୀ । ପ୍ରାୟ ୨୦ ଫୁଟ୍‌ ଗଭୀର ପାଣିରେ ବୁଡି ଚେସ୍‌ ଖେଳିଛନ୍ତି । ପାଣି ଭିତରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଚେସ୍ ଖେଳ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗଡଗଡିଆ ଘାଟ ନିକଟ ମହାନଦୀରେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ କଟକ ଗସ୍ତ ସମୟରେ ବୋଟିଂ କ୍ଲବ ନିକଟରେ ମହାନଦୀ ଜଳରାଶିରେ ସ୍କୁବା ଡ୍ରାଇଭିଂ କରିବା ସହ ଚେସ ଖେଳିବାର ମଜା ନେଇଥିଲେ ।

    ପ୍ରାୟ ୩୫ ମିନିଟ୍‌ରେ ଦୁଇ ରାଉଣ୍ଡ ଚେସ୍‌ ଖେଳି ବାଜିମାତ୍‌ କରିଥିଲେ ସୂରଜ ସୂର୍ଯ୍ୟବଂଶୀ । ମହାନଦୀରେ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ଵରେ ଦୁଃସାହସିକ ଜଳକ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିରେ ଯୋଗ ଦେଇଥିଲେ କ୍ରୀଡ଼ା ମନ୍ତ୍ରୀ । ରାଜ୍ୟର ୨୯ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଉଥିବା ବେଳେ ସେଠାରେ ପହଞ୍ଚି ପ୍ରତିଯୋଗୀଙ୍କୁ କ୍ରୀଡ଼ାମନ୍ତ୍ରୀ ଉତ୍ସାହିତ କରିଥିଲେ ।

    ରାଜ୍ୟର ଯୁବପିଢ଼ିଙ୍କ ମନରେ ଦୁଃସାହସିକ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ପ୍ରଦାନ କରିବା ହିଁ ଆମର ଲକ୍ଷ୍ୟ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ସୂଚନା ମୁତାବକ, ଅର୍ନ୍ତଜାତୀୟ ସମୁଦ୍ର ବୁଡାଳି ତଥା ଲିମ୍‌କାବୁକ୍‌ ରେକର୍ଡଧାରୀ ସବୀର ବକ୍ସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଟକରେ ଜଳକ୍ରୀଡ଼ା ପ୍ରତିଭା ଅନ୍ଵେଷଣ ଶିବିର ଚାଲିଛି । ଦୁଃସାହସିକ ଜଳକ୍ରୀଡ଼ା ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୯ ଜଣ ଯୁବପ୍ରତିଭା ଭାଗ ନେଇଛନ୍ତି ।

    ଘଣ୍ଟା ଘଣ୍ଟା ଧରି ମହାନଦୀ ଜଳରାଶିରେ ବୁଡ଼ି ରହିଥିଲେ ମନ୍ତ୍ରୀ । ଏହି ଅନୁଭବ ସମ୍ପର୍କରେ ମନ୍ତ୍ରୀ ମଧ୍ୟ ନିଜର ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମହାନଦୀ ଗର୍ଭର ଗଭୀର ଜଳରାଶିରେ ସ୍କୁବା ଡାଇଭିଂରେ ଚେସ୍ ଖେଳିବାର ମଜା ଉଠାଇଛନ୍ତି କ୍ରୀଡାମନ୍ତ୍ରୀ । ପାଣି ଭିତରେ ଜଳଜୀବଙ୍କ ବିଚରଣ ମଝିରେ ଚେସ୍ ଖେଳିବା କ୍ରୀଡାମନ୍ତ୍ରୀଙ୍କୁ ବେଶ ଆନନ୍ଦ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ