ସୁସ୍ଥ ଶରୀର ପାଇଁ ଯେମିତି ଉତ୍ତମ ଖାଦ୍ୟର ଆବଶ୍ୟକତା ଥାଏ ସେହିପରି କ୍ଷୀର ମଧ୍ୟ ଆମ ଶରୀର ପାଇଁ ଜରୁରୀ । ସମୟ ପରିବର୍ତ୍ତନ ହେବା ସହିତ ଖାଇବାରେ ମଧ୍ୟ ପରିବର୍ତ୍ତନ ହେଉଛି । ସେଥିପାଇଁ ବର୍ତ୍ତମାନ ଅଧିକାଂଶ ଲୋକ ଖାଇବା ପିଇବା ପ୍ରତି ସଚେତନ ହୋଇଗଲେଣି । ପନିପରିବା,ଫଳମୂଳ ଭଳି କ୍ଷୀର ଆମ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯାହା ଆମ ପାଇଁ ଲାଭଦାୟକ ହୋଇଥାଏ । ତେଣୁ ନିଜ ଦୈନନ୍ଦୀନ ଜୀବନରେ କ୍ଷୀର ପିଇବାକୁ ସାମିଲ କରିବା ଖୁବ୍ ଜରୁରୀ । ସେଥିପାଇଁ ଅଧିକାଂଶ ସମୟରେ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ ।
କ୍ଷୀରରେ ପ୍ରୋଟିନ୍ ଭରପୂର ମାତ୍ରାରେ ଥାଏ ବୋଲି ବିଶ୍ବାସ କରାଯାଇଥାଏ । କିଛି ଲୋକଙ୍କୁ କ୍ଷୀର ପିଇବାକୁ ଆଦୌ ଭଲ ଲାଗି ନଥାଏ । କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁଦ ଥାଏ ଯାହା ଶରୀର ପାଇଁ ବହୁତ ସାହାଯ୍ୟକାରୀ ହୋଇଥାଏ । ତେବେ ଆସନ୍ତୁ କ୍ଷୀର ପିଇବାର ଫାଇଦା ସମ୍ପର୍କରେ ଆସନ୍ତୁ ଜାଣିବା ।
ଉଚ୍ଚ ରକ୍ତଚାପ ପାଇଁ ଆପଣ ଥଣ୍ଡା କ୍ଷୀର ପିଇପାରିବେ। ଉଚ୍ଚ ରକ୍ତଚାପ ପାଇଁ ଖୁବ ପ୍ରଭାବଶାଳୀ ହୋଇଥାଏ । ଏହା ପିଇବା ଦ୍ୱାରା ରକ୍ତ ସଂଚାଳନ କରେ ଏଥି ସହ ଶରୀରରେ ଥିବା ହରମୋନକୁ ନିୟନ୍ତ୍ରଣ କରିଥାଏ । ବର୍ତ୍ତମାନ ସମୟରେ କିଛି ଲୋକଙ୍କୁ ଏସିଡିଟି ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଏଭଳି ସମସ୍ୟା ପାଇଁ କ୍ଷୀର ବେଷ୍ଟ ହୋଇଥାଏ । ଯାହା ପିଇବା ଦ୍ବାରା ଏସିଡିଟିରୁ ମୁକ୍ତି ମିଳିଥାଏ । ଏହା ସହିତ ପେଟ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ । ଏତିକି ନୁହେଁ ବରଂ ଉଜ୍ବଳ ତ୍ବଚା ପାଇଁ କ୍ଷୀର ରାମବାଣ ସଦୃଶ ହୋଇଥାଏ । ଯାହା ଚେହେରାରେ ଚମକ ଆସିବା ସହିତ ତ୍ବଚାକୁ ଟାଇଟ,ହାଇଡ୍ରେଟ ଏବଂ ନରମ କରାଇଥାଏ । ଫାଇଦା ମିଳିଥାଏ ସତ କିନ୍ତୁ କ୍ଷୀର ପିଇବାରେ ଗୋଟିଏ ନିୟମ ରହିଛି ଏବଂ ଉପଯୁକ୍ତ ସମୟ ରହିଛି ।
ଗରମ କ୍ଷୀର ନୁହେଁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଥଣ୍ଡା କ୍ଷୀରର ଆବଶ୍ୟକତା ଥାଏ । ତେଣୁ ଏହି ସବୁ ସମସ୍ୟା ପାଇଁ ଥଣ୍ଡା କ୍ଷୀର ଉପଯୋଗୀ । ସେହିପରି ଥଣ୍ଡା କ୍ଷୀର ପିଇବାର ମଧ୍ୟ ଗୋଟିଏ ନିୟମ ରହିଛି । ଯେମିତିକି କେଉଁ ସମୟରେ ଥଣ୍ଡା କ୍ଷୀର ପିଇବା ଦ୍ବାରା ଫାଇଦା ମିଳିଥାଏ । ତେବେ ଆସନ୍ତୁ ଆଜି ଆପଣଙ୍କୁ ସେସମ୍ପର୍କରେ ଜଣାଇବୁ । ଅନେକ ଲୋକ ବ୍ୟାୟାମ କରିବା ପରେ ଏମିତି ଡ୍ରିଙ୍କ୍ସ ପିଇବାକୁ ଚାହିଁଥାନ୍ତି। ଯେଉଁଥିରେ ସେମାନଙ୍କ ଶରୀରକୁ ଫାଇଦା ମିଳି ପାରିବ। ଏହିଭଳି ପରିସ୍ଥିତିରେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ ଏହାକୁ ପିଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିଥାଏ ।