Monday, January 6, 2025
19.8 C
Odisha

    ଗର୍ଭଗୃହରୁ ରାଷ୍ଟ୍ରପତି କରିବେ ଦାରୁଦିଅଁଙ୍କୁ ଦର୍ଶନ; ସକାଳ ୮ରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ , ଜାଣନ୍ତୁ ପୁରା କାର୍ଯ୍ୟସୂଚି

    ଆଗକୁ ପଢନ୍ତୁ

    ପୁରୀ : ବୁଧବାର ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋପବନ୍ଧୁ ଆର‌୍ୟୁବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେବେ । ଏହାପରେ ସନ୍ଧ୍ୟାରେ ବ୍ଲୁ ଫ୍ଲାଗ ବିଚ୍‌ରେ ବସି ପୁରୀ ସମୁଦ୍ରରେ ଭାରତୟ ନୌ ବୀରଙ୍କ ପରାକ୍ରମ ଦେଖିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନୌସେନା, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବର୍ଷକ ପରେ ପୁଣିଥରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ବେଳେ ଶ୍ରୀମନ୍ଦିରରେ ୨୫ମିନିଟ୍ ସମୟ ବିତାଇବେ ।
    ସୂଚନା ଅନୁଯାୟୀ, ବୁଧବାର ସକାଳ ୯ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରୁ ପୁରୀ ଅଭିମୁଖେ ଯାତ୍ରା କରିବେ । ୯ଟା ୪୫ରେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ôଚବେ । ସେଠାରୁ ୯ଟା ୫୫ରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ୧୦ଟା ୫ରେ ସିଂହଦ୍ୱାର ନିକଟରେ ପହଞ୍ôଚବେ । ପୂର୍ବାହ୍ନ ୧୦ଟା ୧୫ରେ ମନ୍ଦିରକୁ ପ୍ରବେଶ କରି ୧୦ଟା ୪୦ ଅର୍ଥାତ୍ ୨୫ ମିନିଟ୍ ରହିବେ । ଗର୍ଭଗୃହରୁ ଦାରୁଦିଅଁଙ୍କୁ ଦର୍ଶନ କରିବେ ।
    ପ୍ରୋଟୋକଲ ଅନୁସାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସ୍‌ପି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ । ରାଷ୍ଟ୍ରପତି ସିଂହଦ୍ୱାର, ସାତପାହଚ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ଗର୍ଭଗୃହରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହି ସମୟରେ ଭିତର କାଠରେ ପ୍ରତିହାରୀ ସେବକ ରହିଥିବେ । ସେମାନେ କାହାରିକୁ ଭିତରକୁ ଛାଡିବେ ନାହିଁ । ଗର୍ଭଗୃହରେ ଦର୍ଶନ ସାରି ବେହେରଣ ଦ୍ୱାର ଦେଇ ବାହାରି ମୁକ୍ତିମଣ୍ଡପ ପଣ୍ଡିତଙ୍କଠାରୁ ଆଶୀର୍ବାଦ ନେଇ ମା’ ବିମଳା, ମା’ ଲକ୍ଷ୍ମୀ ପ୍ରଭୃତି ମନ୍ଦିରକୁ ଯାଇ ଦର୍ଶନ କରିବେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସକାଳ ୮ଟାରୁ ଭକ୍ତଙ୍କ ମନ୍ଦିର ପ୍ରବେଶ ବନ୍ଦ କରାଯିବ । ଯେଉଁମାନେ ଭିତରେ ଦର୍ଶନ କରୁଥିବେ ସେମାନେ ୮ଟା ୪୫ ସୁଦ୍ଧା ଦର୍ଶନ ସାରି ବାହାରକୁ ବାହାରିବେ । ଏହାପରେ ମନ୍ଦିରକୁ ଶୋଧ କରାଯିବ । ପାଳିଥିବା ସେବାୟତ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ଡ୍ୟୁଟିରେ ଥିବା କର୍ମଚାରୀଙ୍କ ବ୍ୟତୀତ ପାଳିଆ ସେବାୟତ, ବେଢା ପରିସର ମନ୍ଦିରରେ ଯେଉଁମାନଙ୍କ ସେବା ରହିଛି ସେମାନେ ସମ୍ପୃକ୍ତ ମନ୍ଦିରରେ ହିଁ ରହିବେ । ରାଷ୍ଟ୍ରପତି ଫେରିଯିବା ପରେ ପୁଣି ଭକ୍ତମାନଙ୍କୁ ଦର୍ଶନ ପାଇଁ ଭିତରକୁ ଛଡାଯିବ ।
    ଶ୍ରୀମନ୍ଦିରରୁ ବାହାରି ରାଷ୍ଟ୍ରପତି ୧୦ଟା ୪୫ରେ ଗୋପବନ୍ଧୁ ଆର‌୍ୟୁବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେଠାରେ ୧ ଘଣ୍ଟା ରହିବା ପରେ ୧୧ଟା ୫୦ରେ ବାହାରି ୧୧ଟା ୫୫ରେ ପୁରୀ ରାଜଭବନରେ ପହଞ୍ôଚବେ । ସେଠାରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ କରିବେ । ଅପରାହ୍ନ ୩ଟା ୫୫ରେ ରାଷ୍ଟ୍ରପତି ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ୫ଟା ୨୪ ପର୍ଯ୍ୟନ୍ତ ନୌସେନାର ପରାକ୍ରମ ଏବଂ ଯୁଦ୍ଧ କୌଶଳ ଦେଖିବା ପରେ ସନ୍ଧ୍ୟା ସାଢେ ୫ଟାରେ ରାଷ୍ଟ୍ରପତି ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ୫ଟା ୪୦ରେ ନୌସେନା ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଙ୍ଗୀତ ଗାନ ପରେ ରାଷ୍ଟ୍ରପତି ପୁନଶ୍ଚ ପୁରୀ ରାଜଭବନକୁ ଫେରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    64 %
    1.4kmh
    2 %
    Mon
    28 °
    Tue
    28 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ