Thursday, March 26, 2026
33.1 C
Odisha

    ଗାଜାରେ ଇସ୍ରାଏଲର ସ୍ଥଳ ଅପରେସନ୍‌ ‌ତେଜିଲା: ୩ ଦିନରେ ୬୦୦ ଲୋକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଗାଜା: ଇସ୍ରାଏଲ ଦକ୍ଷିଣ ଏବଂ ଉତ୍ତର ଗାଜାରେ ସ୍ଥଳ ଅପରେସନ୍‌ ଜୋରଦାର କରିଛି। ଦକ୍ଷିଣ ଗାଜାର ରାଫାରେ ଇସ୍ରାଏଲ ସ୍ଥଳ ଅପରେସନ୍‌ ତ୍ବରାନ୍ବିତ କରିଥିବା ବେଳେ ଉତ୍ତରରେ ବିଟ୍‌ ଲହିୟା ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଅପରେସନ୍‌ ବ୍ୟାପକ ହୋଇଛି। ଗାଜାର ଅଧିକ ଅଂଚଳ ନିଜ ନିୟନ୍ତ୍ରଣକୁ ନେବାପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।ଗାଜାର ଅଧିକ ଅଂଚଳ ଦଖଲ ପାଇଁ ସେନାକୁ ନିର୍ଦ୍ଦେଶ ଦେଲେ ନେତାନ୍ୟାହୁ

    ୟୁନିସେଫ୍‌ ଅନୁଯାୟୀ ଇସ୍ରାଏଲ ଯୁଦ୍ଧବିରତି ପରେ ପୁଣିଥରେ ଗାଜାରେ କରିଥିବା ଆକ୍ରମଣରେ କେବଳ ୨୦୦ ଶିଶୁଙ୍କର ମୃତ୍ୟୁ ହେଲାଣି। କେବଳ ବୁଧବାର ରାତିରେ ଇସ୍ରାଏଲ ଗାଜାର ବିଭିନ୍ନ ଜନବସତି ଅଞ୍ଚଳକୁ ଟା‌ର୍ଗେଟ୍‌ କରି ରାତିସାରା ବୋମା ବର୍ଷା କରିଥିଲା। ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲର ଏହି ଆକ୍ରମଣର କିଛି ଘଣ୍ଟା ପରେ ହମାସ୍‌ ମଧ୍ୟ ଇସ୍ରାଏଲ୍‌ ଉପରକୁ ୩ଟି ରକେଟ୍‌ ମାଡ଼ କରିଥିଲା। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଇସ୍ରାଏଲ ବୋମାବର୍ଷାରେ ଗତ ୩ ଦିନ ମଧ୍ୟରେ ୬ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଉଲ୍ଲେଖଯୋଗ୍ୟ, ଗାଜାକୁ ମାନବୀୟ ସହାୟତା ବନ୍ଦ କରିଥିବା ଇସ୍ରାଏଲ ହମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିବ ବୋଲି ପ୍ରତିଜ୍ଞା କରିଛି। ହମାସ ୫୯ ପଣବନ୍ଦୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଇସ୍ରାଏଲ ଗାଜା ବିରୋଧରେ ଆକ୍ରମଣ ଜାରି ରଖିବ ବୋଲି କହିଛି। ଅନ୍ୟପକ୍ଷେ ହମାସ କହିଛି ଗାଜାରୁ ଇସ୍ରାଏଲ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ପରେ ହିଁ ଏହା ସମସ୍ତ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.1 ° C
    33.1 °
    33.1 °
    31 %
    1.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ