ସୁନ୍ଦର ତ୍ୱଚା ପାଇଁ ଆପଣ ନିଜ ସ୍କିନକେୟାର ରୁଟିନରେ ଏହି କିଛି ଜିନିଷ ସାମିଲ କରିପାରିବେ । ଗାଧୋଇବାର ମାତ୍ର ୧୦ ମିନିଟ୍ ପୂର୍ବରୁ, ଆପଣଙ୍କ ଆବଶ୍ୟକତା ଏବଂ ସ୍କିନ ଟାଇପ୍ ଅନୁସାରେ ଏହି ପେଷ୍ଟଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଲଗାନ୍ତୁ । ଏହାକୁ ପ୍ରୟୋଗ କରି, ଆପଣ ଆଶ୍ଚର୍ଯ୍ୟଜନକ ଫଳାଫଳ ପାଇପାରିବେ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।
ଗାଧୋଇବା ପୂର୍ବରୁ ତ୍ୱଚାରେ କ’ଣ ଲଗାଇବେ:
ବେସନ ଏବଂ କ୍ଷୀର- ଗାଧୋଇବା ପୂର୍ବରୁ ବେସନ ଏବଂ କ୍ଷୀରର ମିଶ୍ରଣ ଲଗାଇବା ଦ୍ୱାରା ମୁହଁ ଉଜ୍ଜ୍ୱଳ ହୁଏ । ଏଥିପାଇଁ ଆବଶ୍ୟକତା ଅନୁସାରେ ବେସନ ନିଅନ୍ତୁ ଏବଂ ସେଥିରେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଗାଧୋଇବା ସମୟରେ, ହାତରେ ଘଷି ସଫା କରନ୍ତୁ ଏବଂ ତା’ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ମୁହଁକୁ ଦାଗମୁକ୍ତ କରିବ ଏବଂ ଡେଡ୍ ସ୍କିନ ସେଲ୍ ସଫା ହୋଇଯିବ ।
ଓଟ୍ସ ଏବଂ ଦହି- ଓଟ୍ସ ଏବଂ ଦହି ପେଷ୍ଟ ମଧ୍ୟ ତ୍ୱଚା ପାଇଁ ଲାଭଦାୟକ । ଏଥିପାଇଁ ଓଟ୍ସକୁ ପେଷି ପାଉଡର ତିଆରି କରନ୍ତୁ ଏବଂ ସେଥିରେ ଦହି ମିଶାନ୍ତୁ । ଏହାକୁ ମୁହଁରେ ଏବଂ ବେକରେ ଲଗାଇ ଦିଅନ୍ତୁ । ଏହି ପେଷ୍ଟକୁ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଏହା ଡେଡ୍ ସ୍କିନ୍ ସେଲଗୁଡ଼ିକୁ ସଫା କରିବ ଏବଂ ଚର୍ମକୁ ନରମ କରିବ ।
ଟମାଟୋ- ଟମାଟୋ ତ୍ୱଚା ପାଇଁ ବହୁତ ଲାଭଦାୟକ । ପେସପ୍ୟାକ ପାଇଁ ଆପଣ ଟମାଟୋ ପ୍ୟୁରି ତିଆରି କରି ଏହାକୁ ମୁହଁରେ ଭଲ ଭାବରେ ଲଗାଇ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଟମାଟୋରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଥାଏ ଯାହା ଆପଣଙ୍କ ତ୍ୱଚାକୁ ଚମକଦାର କରିଥାଏ ।ଟମାଟୋ ଲଗାଇବା ଦ୍ୱାରା ତ୍ୱଚାର ଏକ୍ସଟ୍ରା ଅଏଲ୍ କମିଯାଏ ଏବଂ ତ୍ୱଚା ଚମକଦାର ହୁଏ ।
କଞ୍ଚା କ୍ଷୀର- ଯଦି ଆପଣ ଅତି ସହଜରେ ଚମକଦାର ତ୍ୱଚା ପାଇବାକୁ ଚାହୁଁଛନ୍ତି ତେବେ ମୁହଁରେ କଞ୍ଚା କ୍ଷୀର ଲଗାନ୍ତୁ । କଞ୍ଚା କ୍ଷୀର ମୁହଁରେ ଲଗାଇବା ଦ୍ୱାରା ଦାଗ ଦୂର ହୁଏ । କ୍ଷୀରରେ ଏକ୍ସଫୋଲିଏଟିଂ ଗୁଣ ମିଳିଥାଏ, ଯାହା ଚର୍ମରେ ଜମା ହୋଇଥିବା ଡେଡ୍ ସ୍କିନ୍ ସେଲଗୁଡ଼ିକୁ ସଫା କରିଥାଏ । ପ୍ରତିଦିନ ଚର୍ମରେ କଞ୍ଚା କ୍ଷୀର ଲଗାଇବା ଦ୍ୱାରା ଚର୍ମ ଚମକଦାର ଏବଂ କୋମଳ ହୋଇଥାଏ ।