Thursday, September 19, 2024
25.2 C
Odisha

    ଗ୍ୟାସ୍‌ଟାଙ୍କି ବିସ୍ଫୋରଣ ; ଜଳିଗଲେ ଭାଇ – ଭଉଣୀ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା: ସ୍ବାଧୀନତା ଦିବସରେ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ଗ୍ୟାସ୍‌ଟାଙ୍କିରୁ ବିସ୍ଫୋରଣ ହୋଇ ଘର ସହ ଜଳି ଯାଇଛନ୍ତି ଭଉଣୀ-ଭାଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳରାମପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଭଉଣୀ-ଭାଇ ସ୍କୁଲରୁ ଫେରି ଘରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ସକାଳ ପ୍ରାୟ ୮ଟାରେ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସ୍‌ ଟାଙ୍କି ଫାଟିଯିବାରୁ ବିସ୍ଫୋରଣ ହୋଇଥିଲା। ଘର ଭିତରେ ଦୁଇ ଭଉଣୀ-ଭାଇ ଥିବା ବେଳେ ବିସ୍ଫୋରଣରେ ଉଭୟଙ୍କ ସମ୍ପୂର୍ଣ୍ଣ ପୋଡ଼ି ଯାଇଛନ୍ତି। ନିକଟରେ ଥିବା ମା’ ଘରେ ନିଆଁ ଲାଗି ଯିବା ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ଘର ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର କୋପରେ ସେ ଯାଇ ପାରି ନ ଥିଲେ। ବିସ୍ଫୋରଣ ପରେ ନିଆଁ ବ୍ୟାପିବାରୁ ଉଭୟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା। ମୃତକ ହେଲେ ୧୧ ବର୍ଷର ଅନୁପମା ସାହାଣୀ ଓ ଭାଇ ରିଷି ସାହାଣୀ। ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଭଉଣୀ ଭାଇଙ୍କୁ ଉଦ୍ଧାର କରିବା ବେଳକୁ ଦୁଇ ଜଣ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ। ସ୍ଥାନୀୟ ବିଧାୟକ ଓ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସ୍‌ପି ସିଦ୍ଧାର୍ଥ କାଟରିଆ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ