Saturday, March 28, 2026
38.2 C
Odisha

    ଘରେ ବସି ଚୁଟକିରେ କମାନ୍ତୁ କୋଲେଷ୍ଟ୍ରଲ୍

    ଆଗକୁ ପଢନ୍ତୁ

    ଆଜିର ଚାପଗ୍ରସ୍ତ ଜୀବନଶୈଳୀ ହେତୁ କୋଲେଷ୍ଟ୍ରଲ ଏକ ବଡ ସମସ୍ୟା ହୋଇଗଲାଣି। କୋଲେଷ୍ଟ୍ରଲ୍ର ବୃଦ୍ଧି ହୃଦୟ ପାଇଁ ଶତ୍ରୁ ହୋଇଥାଏ, ଯାହା ପରେ ହୃଦଘାତରର କାରଣ ହୁଏ।

    ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଲେଷ୍ଟ୍ରଲ ସ୍ତରକୁ କମ୍ ରଖିବା ପାଇଁ ଖାଦ୍ୟ, ଔଷଧ ସହିତ ଦୌଡାଦୌଡି କରିବାକୁ ପରାମର୍ଶ ଦିଅନ୍ତି। ଅନେକ ଏହାକୁ କରିବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି ଗୋଟିଏ ଜାଗାରେ ବସି ବସି ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଦୌଡକୁଦ କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣକୁ ଯୋଗର ଏକ କୌଶଳକୁ ଆପଣେଇବାକୁ ପଡିବ।

    କେତେ ପ୍ରକାର କୋଲେଷ୍ଟ୍ରଲ: ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ। ଗୁଡ୍ କୋଲେଷ୍ଟ୍ରଲ ଯଥା ହାଇ ଡେନ୍‌ସିଟି ଲିପୋପ୍ରୋଟେନ୍ ଏବଂ ବ୍ୟାଡ କୋଲେଷ୍ଟ୍ରୋଲ୍ ନା ଲୋ ଡେନ୍‌ସିଟି ଲିପୋପ୍ରୋଟେନ୍। ଏହା ଏମିତି ଏକ ଚର୍ବି ଯାହା ଏକ ମହମ ପରି ପଦାର୍ଥ ଯାହା ଶିରାରେ ଜମା ହୋଇଯାଏ ଏବଂ ଶରୀରର ଅଙ୍ଗକୁ ରକ୍ତ ପହଞ୍ଚାଇବା ପାଇଁ ହୃଦୟକୁ କଠିନ ପରିଶ୍ରମ କରିବାକୁ ପଡେ। ଏହି କାରଣରୁ, ହୃଦଘାତ ଭଳି ସମସ୍ୟା ଦେଖାଯାଏ। ଆପଣ ଯଦି ପ୍ରତିଦିନ ୧୫ ମିନିଟ୍ ନିରବରେ ବସି ପାରିବେ ତେବେ ବ୍ୟାଡ କୋଲେଷ୍ଟ୍ରଲ୍‌କୁ କମେଇ ପାରିବେ। କିପରି ଆସନ୍ତୁ ଜାଣିବା।

    ଜଳ ବା ବରୁଣ ମୁଦ୍ରା : ଯୋଗ ଶାସ୍ତ୍ର ଅନୁସାରେ ଅନେକଗୁଡିଏ ହସ୍ତ ମୁଦ୍ରା ଅଛି। ଏଥିରୁ ବରୁଣ ମୁଦ୍ରା ଅନ୍ୟତମ। ଏହା ଆମ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ତତ୍ତ୍ୱକୁ ବୃଦ୍ଧି କରେ।

    ଏହା ଆମ ଶରୀରକୁ ହାଇଡ୍ରେଟ୍ କରିଥାଏ। ଏହା ଆଖିକୁ ସଫା କରିଥାଏ। ଲୁହ ମାଧ୍ୟମରେ ଆବର୍ଜନା ଦୂର କରିବାରେ ସାହାଯ୍ୟ କରେ। ଶରୀରରେ ଲାଳ ଅଂଶ ଉତ୍ପାଦନରେ ମଧ୍ୟ ଏହା ପ୍ରଭାବଶାଳୀ।

    ବିଶେଷ କଥା ହେଉଛି ଜଳର କାର୍ଯ୍ୟ ହେଉଛି ସଫା କରିବା, ଏପରି ପରିସ୍ଥିତିରେ ବରୁଣ ମୁଦ୍ରା ମାଧ୍ୟମରେ ଶରୀରକୁ ଡିଟକ୍ସିଫିକେସନ୍ କରାଯାଏ। ରକ୍ତ ସଫା କରିବା ବ୍ୟତୀତ ଏହା କୋଲେଷ୍ଟ୍ରଲକୁ ହ୍ରାସ କରେ ଏବଂ ପର୍ଯ୍ୟାପ୍ତ ପରିମାଣର ରକ୍ତ ପ୍ରବାହ କରିବାରେ କାମ କରିଥାଏ।

    ଏହା ବ୍ୟତୀତ ଏହା ଚେହେରାରେ ଚମକ ଆଣିଥାଏ। ଆଖିର ଜ୍ୟୋତିକୁ ବଢାଏ। ମୋଟାପା କମାଏ। ଅଳ୍ପ ସମୟ ମଧ୍ୟରେ ଓଜନ କମିବା ଆରମ୍ଭ କରେ।

    ଏହି ମୁଦ୍ରା ପ୍ରତିଦିନ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କରାଯିବା ଉଚିତ୍। ଯଦି ଆପଣ ଅଧିକ ଲାଭ ଚାହୁଁଛନ୍ତି ତେବେ ଆପଣ ଏହାକୁ ଉଭୟ ସକାଳ ଏବଂ ସନ୍ଧ୍ୟାରେ କରିପାରିବେ। ଖାଇବା ପରେ ଏହାକୁ ଅଭ୍ୟାସ କରନ୍ତୁ ନାହିଁ। ଖାଇବାର ଅତି କମରେ ୩ ରୁ ୪ ଘଣ୍ଟା ପରେ ଅବ୍ୟାସ କରିପାରିବେ।

    କିପରି କରିବେ : ପ୍ରଥମେ ପଦ୍ମାସନ, ବଜ୍ରାସନ, ସିନ୍ଧାସନ କିମ୍ୱା ସୁଖାସନ କରି ଯେକୌଣସି ଧ୍ୟାନାସନରେ ଜବସନ୍ତୁ। ଏହାପରେ ଅଣ୍ଟା ଏବଂ ବେକକୁ ସିଧାରଖନ୍ତୁ। ତାପରେ ହାତର କାଣି ଆଙ୍ଗୁଠିକୁ ବୁଢ଼ା ଆଙ୍ଗୁଠିର ଟିପ ସହିତ ଯୋଗ କରନ୍ତୁ। ଶେଷରେ ଉପରେ ହାତ ରଖନ୍ତୁ ଏବଂ ଆଖି ବନ୍ଦ କରି କିଛି ସମୟ ଧ୍ୟାନ କରନ୍ତୁ।

    ସାବଧାନତା : ଯେଉଁମାନଙ୍କର କଫ ଓ ପିତ ବଢାଯାଇଥିବ ସେମାନେ ଏହି ଅଭ୍ୟାସ କରିବା ଉଚିତ୍ ନୁହେଁ। ଜଳ ମୁଦ୍ରା ଶରୀରରେ ଥଣ୍ଡା ବଢ଼େଇଥାଏ। ତେଣୁ ପିତ ଓ କଫ ସ୍ଥିତିରେ ଏହା କ୍ଷତିକାରକ ହୋଇପାରେ। ଯେଉଁମାନଙ୍କର ବାତ ବଢିଥାଏ ସେମାନେ ଏହାକୁ ଅଭ୍ୟାସ କରିବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ