Sunday, January 12, 2025
14.6 C
Odisha

    ଛତିିଶା ନିଯୋଗ ବୈଠକ ପହିଲି ଭୋଗ, ମକର ସଂକ୍ରାନ୍ତି ନୀତିରେ ବାଜିଲା ମୋହର

    ଆଗକୁ ପଢନ୍ତୁ

    ଆସନ୍ତା ୧୬ ତାରିଖରେ ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ । ମଙ୍ଗଳବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିକାନ୍ତି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇ ମୋହର ବାଜିଛି । ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଅର୍ଥାତ୍ ଡିସେମ୍ବର ୧୬ରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାର ଫିଟାଯିବ । ଭିତରଶୋଧ ପରେ ରାତି ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ସମ୍ପନ୍ନ ହେବ । ଭୋର ସାଢେ ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢିବ । ସାଢେ ୬ରୁ ୮ଟା ସକାଳ ଧୂପ (କେବଳ କୋଠଭୋଗ), ସକାଳ ୭ଟା ୪୫ରୁ ସାଢେ ୯ଟା ଭୋଗମଣ୍ଡପ, ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ବାହାରିବ । ୧୧ଟା ୧୫ରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡ ନୀତି ଶେଷ କରାଯିବ । ଏହିପରି ରାତି ୧୧ଟାରେ ରାତ୍ର ପହୁଡ ନୀତି କରାଯିବା ଲାଗି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ପହିଲି ଭୋଗ ବ୍ୟତୀତ ଜାନୁୟାରୀ ୧୩ ତାରିଖ ଦେବାଭିଷେକ ପୂର୍ଣ୍ଣିମା ଏବଂ ୧୪ ତାରିଖ ମକର ସଂକ୍ରାନ୍ତି ନୀତିକୁ ମଧ୍ୟ ଅନୁମୋଦନ କରାଯାଇଛି । ଚଳିତବର୍ଷ ଡିସେମ୍ବର ୩୧ ରାତ୍ର ୧୧ଟା ସୁଦ୍ଧା ଯଦି ରାତି ପହୁଡ଼ ହୋଇ ନ ପାରିଲା ତେବେ ରାତ୍ର ପହୁଡ଼ ନୀତି ବାତିଲ କରାଯିବା ଲାଗି ଛତିଶା ନିଯୋଗରେ ଚୂଡ଼ାନ୍ତ ହୋଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ, ଛତିଶା ନିଯୋଗ କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.6 ° C
    14.6 °
    14.6 °
    68 %
    2.2kmh
    100 %
    Sat
    15 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ