Wednesday, February 26, 2025
33.2 C
Odisha

    ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ

    ଆଗକୁ ପଢନ୍ତୁ

    ପୁରୀ : ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି । ରାତ୍ର ୧୨ଟା ୩୦ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ ରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି,ରାତ୍ର ୨ ଘଟିକା ରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ସେପଟେ ବାବା ଲୋକନାଥଙ୍କ ନିକଟରେ ସ୍ୱତନ୍ତ୍ର ଚୁଡା ଘସା ଭୋଗ ଲଗାଉଛନ୍ତି ଭକ୍ତ।ସେପଟେ ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ସରିବା ପରେ ଶ୍ରୀମନ୍ଦିରରୁ ଭଣ୍ଡାର ରକ୍ଷକ ଲୋକନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ପନ୍ତି ଖାଇ ଆସି ପଂହଚିବେ ଲୋକନାଥଙ୍କ ପୀଠରେ । ତା ପରେ ଅନ୍ୟାନ୍ୟ ନୀତି ବଢି ହରିହର ଭେଟ ସରିବା ପରେ ମହାଦ୍ୱୀପ ଉଠିବାର ପରମ୍ପରା ରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ୧୧ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ସୁରକ୍ଷା ଦାୟିତ୍ୱରେ ନିୟଜିତ ଅଛନ୍ତି । ଲୋକନାଥଙ୍କ ପିଠରେ ଅନେକ ମାହାତ୍ମ୍ୟ ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଥିବା ସମୟ ଲୋକନାଥ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଥିଲେ । ସେହି ଆଧାରରେ ଭକ୍ତମାନେ ଲୋକନାଥଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଲୋକନାଥଙ୍କ ନିକଟରେ ଜାଗରରେ ଉଜାଗର ରହି ଦିପ ଜାଳିଲେ ମାନସିକ ପୂରଣ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    15 %
    3.7kmh
    3 %
    Wed
    32 °
    Thu
    34 °
    Fri
    37 °
    Sat
    38 °
    Sun
    39 °

    ସମ୍ବନ୍ଧିତ