ଗ୍ରୀଷ୍ମଋତୁ ଆସିବା ମାତ୍ରେ ସବୁ ଫଳ ଅପେକ୍ଷା ବେଶୀ ମାତ୍ରାରେ ଆମ୍ବ ବିକ୍ରି ହେବା ଆରମ୍ଭ ହୋଇଯାଇଥାଏ । ଆମ୍ବକୁ ଫଳର ରାଜା ବୋଲି କୁହାଯାଇଥାଏ । ଖରାଦିନେ ଆମ୍ବ କିଣି ଖାଇବାର ମଜା ଲୁଟିଥାନ୍ତି ଲୋକେ । ଆମ୍ବକୁ ବର୍ତ୍ତମାନ ଶେକ୍ କରି ମାର୍କେଟରେ ବିକ୍ରି କରାଯାଉଛି । ଯାହା ଖରାଦିନେ ଶରୀରକୁ ଥଣ୍ଡା ରଖିବା ସହିତ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ଏହାର ସ୍ବାଦ ଏତେ ଭଲ ଥାଏ ଯେ ଆମ୍ବସେକ୍ ପିଇବାକୁ ଜୁସ ଦୋକାନରେ ଧାଡି ଲାଗିଥାଏ । ସ୍ବାଦ ପାଇଁ ତ ଆମେ ଖାଇଦେଇଥାଉ କିନ୍ତୁ ଜାଣନ୍ତି କି କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ଆମ୍ବସେକ୍ କ୍ଷତିକାରକ ହୋଇଥାଏ ।
ଡାଇବେଟିସ ରୋଗୀ : ମ୍ୟାଙ୍ଗୋରେ ପୂର୍ବରୁ ମିଠା ଅଂଶ ରହିଥାଏ । ପୁଣି ମ୍ୟାଙ୍ଗୋସେକରେ ବ୍ୟବହୃତ ହେଉଥିବା ଅତ୍ୟଧିକ ଚିନିର ମାତ୍ରା ଡାଇବେଟିସ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ । ଡାଖବେଟିସ ରୋଗୀ ମ୍ୟାଙ୍ଗୋସେକ ପିଇବା ଉଚିତ୍ ନୁହେଁ । ଯାହା ଡାକ୍ତରମାନେ ନପିଇବାକୁ ପରାମର୍ଶ ଦେଇଥାନ୍ତି ।
ଆଲର୍ଜିରେ ପୀଡିତ : ମ୍ୟାଙ୍ଗୋସେକରେ କ୍ଷୀର ଏବଂ କ୍ରିମ୍ ଅଂଶ ଥିବାରୁ ଆଲର୍ଜିକୁ ବଢାଇଦେଇଥାଏ । ଦେହ ପୋଡା ହେବା, କୁଣ୍ଡାଇ ହେବା, ଫୁଲିବା ଏବଂ ନିଶ୍ବାସ ନେବା ଭଳି ସମସ୍ୟା ଦେଖାଦେଇଥାଏ ।
ମୋଟା ଲୋକ : ଚିନି, କ୍ରିମ୍ ଏବଂ ଆଇସକ୍ରିମ୍ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ତେଣୁ ମୋଟାପଣକୁ ଦ୍ବିଗୁଣିତ କରିଥାଏ । ମୋଟା ଥିବା ଲୋକମାନେ ଏହି ଭଳି ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ।
ପାଚନରେ ସମସ୍ୟା : ମ୍ୟାଙ୍ଗୋସେକରେ ଫାଇବରର ମାତ୍ରା ଥିବାରୁ ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ । ପେଟ ସମସ୍ୟାକୁ ବଢାଇଦେଇଥାଏ । ଯାହାଦ୍ବାରା ଓଜନ ବଢାଇବା ସହ ଝାଡା, ବାନ୍ତି ହୋଇଥାଏ ।
କିଡନୀ ରୋଗୀ : ମ୍ୟାଙ୍ଗୋସେକରେ ପୋଟାସିୟମର ମାତ୍ରା ଥିବାରୁ କିଡନୀ ରୋଗୀଙ୍କ ପାଇଁ ବିପଦଜନକ ହୋଇଥାଏ । କିଡନୀ ରୋଗୀଙ୍କ ମାଂସପେଶୀକୁ ଦୁର୍ବଳ କରିବା ସହିତ ହାର୍ଟ ପମ୍ପିଙ୍ଗରେ ବାଧା ଦେବା ଭଳି ଲକ୍ଷଣ ଦେଖାଦେଇଥାଏ ।
ଦାନ୍ତରେ ସମସ୍ୟା : ଆମ୍ବରେ ଅତ୍ୟଧିକ ଚିନିର ମାତ୍ରା ଥିବାରୁ ବ୍ୟାକ୍ଟେରିଆ ଚିନିକୁ ଖାଇଥାନ୍ତି । ଯାହାଫଳରେ ଦାନ୍ତକୁ ଦୁର୍ବଳ କରିଦେଇଥାଏ । ଦାନ୍ତରେ ଅନେକ ସମସ୍ୟା ଦେଖାଦେଇଥାଏ ।
କାଶ ଜନିତ ସମସ୍ୟା : ମ୍ୟାଙ୍ଗୋସେକରେ ବରଫ, ଥଣ୍ଡା ପାଣିର ବ୍ୟବହାର ଯୋଗୁଁ କାଶ, ଥଣ୍ଡା ଏବଂ ଗଳା ଯନ୍ତ୍ରଣାକୁ ବଢାଇଥାଏ ।
ଯଦି ସ୍ବାସ୍ଥ୍ୟରେ ଏ ସବୁ ସମସ୍ୟା ଦେଖାଦେଇଥାଏ ତାହେଲେ ମ୍ୟାଙ୍ଗୋସେକ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।