Saturday, November 15, 2025
14.8 C
Odisha

    ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

    ଆଗକୁ ପଢନ୍ତୁ

    ପାରାଦୀପ: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍‌ଜଜ୍‌ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ। ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ଲୋଡ୍‌ କରି ଏମ୍‌ଭି ଓ୍ବାଡି ଆଲ୍‌ବୋଷ୍ଟନ ନାମକ ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା। ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଜର୍ମାନୀର ଏକ କମ୍ପାନୀ ଦାବି କରିଛି। ଉକ୍ତ କମ୍ପାନୀ ଜାହାଜ ମାଲିକଙ୍କ ନାଁରେ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନାଯୋଗ୍ୟ, ୧୫ ଦିନ ତଳେ ଚାଇନାର ଆଉ ଏକ ଜାହାଜକୁ ଗିରଫ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    56 %
    1.4kmh
    0 %
    Fri
    15 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ