Friday, January 31, 2025
32 C
Odisha

    ଡାକ୍ତରଖାନା ପରିସରରେ ରହିବନି ଔଷଧ ଦୋକାନ

    ଆଗକୁ ପଢନ୍ତୁ

    ଡାକ୍ତରଖାନା ପରିସରରୁ ଔଷଧ ଦୋକାନ ହଟିବ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସମସ୍ତ ସିଡିଏମଓଙ୍କ ସମେତ ଏମକେସିଜି ମେଡିକାଲ ଓ ଭିମସାର ମେଡିକାଲ କଲେଜର ଡିନ୍ ଓ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୨୦୧୫ରେ ମେଡିକାଲ୍ କ୍ୟାମ୍ପସ ମଧ୍ୟରେ ଥିବା ଔଷଧ ଦୋକାନୀ ଲାଇସେନ୍ସ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ । ହାଇକୋର୍ଟ ସମସ୍ତ ଆବେଦନର ଶୁଣାଣୀ କରି ଲାଇସେନ୍ସ ଅବଧି ବୃଦ୍ଧିକୁ ନାକଚ କରିଦେବା ସହ ମେଡିକାଲ କ୍ୟାମ୍ପସରେ ନୂଆ ଔଷଧ ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ । କିଛି ଔଷଧ ଦୋକାନଙ୍କ ଲାଇସେନ୍ସ ଅବଧି ସରିଯାଇଥିଲେ ମଧ୍ୟ,କୋର୍ଟଙ୍କ ଅନ୍ତରୀଣ ଆଦେଶ ବଳରେ ଔଷଧ ଦୋକାନ ଗୁଡିକ ଚାଲୁରହିଥିଲା । ୧୯.୦୪.୨୪ରେ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରି ମେଡିକାଲ କ୍ୟାମ୍ପସ ଭିତରେ ଥିବା ସମସ୍ତ ଔଷଧ ଦୋକାନକୁ ନୋଟିସ ଜାରି କରିବାର ୧୫ ଦିନ ମଧ୍ୟରେ ଖାଲି କରିବା ସହ ସମସ୍ତ ବକେୟା ପାଉଣା ସଂଗ୍ରହ କରିବାକୁ ନିର୍ଦ୍ଦେଶ ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    23 %
    2.1kmh
    4 %
    Fri
    33 °
    Sat
    35 °
    Sun
    35 °
    Mon
    35 °
    Tue
    35 °

    ସମ୍ବନ୍ଧିତ