Saturday, March 21, 2026
19.7 C
Odisha

    ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁ ସୁନା ଦର ଲକ୍ଷେ ଟପିବା ଆଶଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱବ୍ୟାପୀ ସୁନା ଦରକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି। ଟ୍ରମ୍ପଙ୍କ ଯୋଗୁ ଭାରତରେ ୧ ଭରି (୧୦ ଗ୍ରାମ) ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିବାର ଆଶଙ୍କା ଦେଖାଦେଇଛି। ନ୍ୟୁୟର୍କର ସୁନା ଭଣ୍ଡାର ଦ୍ୱିଗୁଣିତ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ସେ ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ ସୁନା ରିଜର୍ଭରୁ ଆମେରିକାର ସୁନା ମଗାଇବା ଆରମ୍ଭ କରିଛନ୍ତି। ବିଶ୍ୱର ସର୍ବବୃହତ ସୁନା ଭଣ୍ଡାର ଲଣ୍ଡନର ଥ୍ରେଡ୍ ନିଡଲ୍ ଷ୍ଟ୍ରିଟ୍ ତଳେ ଅବସ୍ଥିତ। ଏଠାରେ, ବ୍ୟାଙ୍କ ଅଫ୍ ଇଂଲଣ୍ଡର ଭଣ୍ଡାରରେ ୨୨ ଲକ୍ଷ କୋଟି ଟଙ୍କାର ସୁନା ଜମା ହୋଇ ରହିଛି। ସାରା ବିଶ୍ୱର ବଡ଼ ବଡ଼ ବ୍ୟବସାୟୀମାନେ ଏହି ବ୍ୟାଙ୍କରେ ସେମାନଙ୍କର ସୁନା ରଖନ୍ତି। ଏପରି ପରିସ୍ଥିତିରେ, ଆମେରିକାର ସୁନା ଫେରାଇ ନେବା ଆଗାମୀ ଦିନରେ ଏହାର ମୂଲ୍ୟ ବୃଦ୍ଧି ପାଇବାର ଏକ ବଡ଼ ସଙ୍କେତ ଦେଉଛି।
    ଆମେରିକା ଯେଉଁଭଳି ଭାବରେ ସୁନା ଭଣ୍ଡାର ବୃଦ୍ଧି କରୁଛି, ସେଥିରୁ ସ୍ପଷ୍ଟ ଯେ, ଡୋନାଲ୍ଡ ଟ୍ରମ୍ପ ଆଗାମୀ ଦିନରେ ସୁନା ଆମଦାନି ଉପରେ ଶୁଳ୍କ ଲଗାଇପାରନ୍ତି। ଯଦି ଏହା ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇବା ସ୍ୱାଭାବିକ। ଗତ କିଛି ମାସ ମଧ୍ୟରେ ଭାରତରେ ସୁନା ଆମଦାନି ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏହି କାରଣରୁ, ଆଗାମୀ ଦିନରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ