Saturday, April 19, 2025
40.3 C
Odisha

    ଡ. ଅଚ୍ୟୁତ ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର , ଆସାମ କୋକ୍ରାଝରଠାରେ ଟ୍ରଷ୍ଟ ପକ୍ଷରୁ ପ୍ରଦାନ

    ଆଗକୁ ପଢନ୍ତୁ

    ବିଶିଷ୍ଟ ଶିକ୍ଷାବିତ୍ , ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଆଜି ଆସାମର କୋକ୍ରାଝରଠାରେ ଗୁରୁଦେବ କାଳୀଚରଣ ବ୍ରହ୍ମା ଟ୍ରଷ୍ଟ ପକ୍ଷରୁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ସମାଜ ପ୍ରତି ଡ. ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆସାମରେ ‘ମେଚ ଗାନ୍ଧୀ’ ଭାବେ ପରିଚିତ ବୋଡ଼ୋ ସଂପ୍ରଦାୟର ବିଶିଷ୍ଟ ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ଗୁରୁ ଗୁରୁଦେବ କାଳୀଚରଣ ବ୍ରହ୍ମା ଶିକ୍ଷାର ପ୍ରସାର, ସଂରକ୍ଷଣ ଓ ପ୍ରଚାର ଦିଗରେ ନିଜକୁ ସମର୍ପିତ କରିଦେଇଥିଲେ । ପ୍ରତିବର୍ଷ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି । ଏହି ଆଧ୍ୟାତ୍ମିକ ଗୁରୁଙ୍କ ୧୬୬ତମ ଜନ୍ମବାର୍ଷିକୀ ଅବସରରେ ଡ. ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ପ୍ରଦାନ କରାଯାଇଛି ।

    ଏହି ପୁରସ୍କାର ବୋଡୋଲ୍ୟାଣ୍ଡର ସମ୍ମାନଜନକ ସମ୍ମାନ ହୋଇଥିବା ବେଳେ ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରର ଲକ୍ଷ୍ୟ ହେଉଛି ଗୁରୁଦେବ କାଳୀଚରଣ ବ୍ରହ୍ମାଙ୍କ ଦ୍ୱାରା ପ୍ରଦତ୍ତ ଶାନ୍ତି, ସାମାଜିକ ସଂସ୍କାର ଏବଂ ଅହିଂସାର ମୂଲ୍ୟବୋଧକୁ ବଜାୟ ରଖିବା । ସମ୍ମାନ ବାବଦରେ ଡ. ସାମନ୍ତଙ୍କୁ ମାନପତ୍ର, ଉପଢୌକନ ଓ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଡ. ସାମନ୍ତ ଏହି ପୁରସ୍କାର ରାଶିକୁ ଉକ୍ତ ଟ୍ରଷ୍ଟର ଉନ୍ନତିକରଣ ଲାଗି ଦାନ କରିଦେଇଥିଲେ । ଏହି ସମ୍ମାନ ଗ୍ରହଣ କରି ଡ. ସାମନ୍ତ ଗୁରୁଦେବ କାଳୀଚରଣ ବ୍ରହ୍ମା ଟ୍ରଷ୍ଟକୁ ନିଜର କୃତଜ୍ଞତା ଜଣାଇଛନ୍ତି । ଏହା ସହ ଶିକ୍ଷା ଜରିଆରେ ସମାଜକୁ ସଶକ୍ତ କରିବା ଦିଗରେ ତାଙ୍କର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ପ୍ରମୋଦ ବୋରୋଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ