Tuesday, September 24, 2024
24 C
Odisha

    ତାଲଢ଼ି ଲୌହ ଖଣିରେ ଗ୍ରାମବାସୀଙ୍କ ଧାରଣା

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣିମଣ୍ଡଳ ଅଧୀନ ଟେନସାସ୍ଥିତ ତାଲଢ଼ି ଲୌହଖଣି ଅଶାନ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଖଣି ଖୋଲିବା ପୂର୍ବରୁ ଗ୍ରାମସଭା ଓ ଜନଶୁଣାଣି ମାଧ୍ୟମରେ ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି, ଖଣି ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ମେଡିକାଲ ସେବା, ପାନୀୟଜଳ ସୁବିଧା, ରାସ୍ତାଘାଟର ସୁବିଧା, ପରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାପାଇଁ ଚୁକ୍ତିବଧ ଥିଲେ । କିନ୍ତୁ ଖଣି ଖନନ କାର୍ଯ୍ୟ ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ ୮ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ । ମାତ୍ର କେଇଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ, ଜିଲ୍ଲା ଓ ରାଜ୍ୟ ବାହାରଲୋକଙ୍କୁ ନିଯୁକ୍ତି ଦେଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପୂର୍ବର ଚୁକ୍ତିନାମା ଅନୁସାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାନୀୟ ଜଳ ସୁଭିଧା, ମେଡିକାଲ ସୁବିଧା କରାଯାଉ ଓ ଖଣି ଚାରି ପାଶ୍ୱର୍ରେ ଥିବା ଗ୍ରାମ ଗୁଡ଼ିକରେ ଖଣିର ଲୁହାପଥର ଗୁଣ୍ଡମିଶା ପାଣି ପ୍ରବେଶ କରିବହୁ କ୍ଷୟକ୍ଷତି ହେଉଥିବାରୁ ଚେକଡ୍ୟାମ୍ ନିର୍ମାଣ କରି ଏହାର ସମାଧାନ କରିବା, ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ଠିକ ସମୟରେ ଦରମା ଓ ୨୦ ପ୍ରତିଶତ ବୋନସ ଦେବା ପାଇଁ ଦାବି ହୋଇଛି । ଖଣି କର୍ତ୍ତୃପକ୍ଷ, ଗ୍ରାମବାସୀଙ୍କ ସହ ଆଲୋଚନା କରି ଦାବିପୂରଣ ନ କଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ ଧାରଣାକୁ ସମର୍ଥନ ଜଣାଇ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିଆଇଟିୟୁ ଜିଲ୍ଲା କମିଟି ସଦସ୍ୟ ପ୍ରଭାତ ପଣ୍ଡା, କୋଇଡା କ\’ ଜିଲ୍ଲାପରିଷଦ ସୁଶୀଳା ମୁଣ୍ଡା, ବାଦଲ ବାରିକ, ଲକ୍ଷ୍ମଣ ମହାକୁଡ଼, ଚୋରଧାରା ସରପଞ୍ଚ ଓ ବହୁ ସଂଖକ ଖଣି ଶ୍ରମିକ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    96 %
    0.8kmh
    100 %
    Tue
    27 °
    Wed
    29 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ