Saturday, September 28, 2024
23.2 C
Odisha

    ଦମ୍ପତିଙ୍କ ୨୨ ବର୍ଷର ସମ୍ପର୍କ ଭାଙ୍ଗିଲା ପରକୀୟା ପ୍ରୀତି; ୨ ଛୁଆଙ୍କୁ ଧରି ନ୍ୟାୟ ଅପେକ୍ଷାରେ ମହିଳା

    ଆଗକୁ ପଢନ୍ତୁ

    କାମାକ୍ଷାନଗର: ଦୀର୍ଘ ୨୨ ବର୍ଷର ସ୍ୱାମୀ- ସ୍ତ୍ରୀର ସମ୍ପର୍କ ହସଖୁସିରେ ଚାଲିଥିଲା । ସ୍ୱାମୀ ଓ ଦୁଇ ପୁଅଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ନମିତା । କିନ୍ତୁ ସ୍ୱାମୀଙ୍କ ପରକୀୟା ପ୍ରୀତି ଭାଙ୍ଗିଦେଲା ସବୁ ସମ୍ପର୍କର ଡୋର । ଏପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଜିନେଇଲ ଗାଁରେ । ଗାଁର ଦିଲ୍ଲୀପ ସାହୁ ଆଜିକୁ ୨୨ ବର୍ଷ ତଳେ ମଠକରଗୋଳା ଗାଁର ନମିତା ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ପୁଅ ଥିବାବେଳେ ଲୁଗା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ ଦିଲ୍ଲୀପ । ମାତ୍ର କିଛିମାସ ହେବ ଦିଲ୍ଲୀପ ଦ୍ୱିତୀୟ ବିବାହ କରି ଅନ୍ୟତ୍ର ରହୁଥିବା ବେଳେ ଦୁଇ ପୁଅ ଓ ସ୍ତ୍ରୀକୁ ପଚାରୁ ନଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ନମିତା ଓ ଜିନେଇଲ ଗ୍ରାମବାସୀ । ବାରମ୍ୱାର ଗାଁରେ ଦିଲୀପ ଓ ନମିତାଙ୍କ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଚେଷ୍ଟାକରି ବିଫଳ ହେବା ପରେ ନମିତା ଓ ଗ୍ରାମବସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନିଜ ସ୍ତ୍ରୀ ଓ ଦୁଇ ପୁଅ ଖାଇବାକୁ ନପାଇ ହନ୍ତସନ୍ତ ହେଉଥିବା ବେଳେ ଦିଲ୍ଲୀପ ନିଜ ଦ୍ୱିତୀୟ ସ୍ତ୍ରୀକୁ ନେଇ ଅନ୍ୟତ୍ର ରହୁଥିବା ଅଭିଯୋଗ କରିଛନ୍ତି ନମିତା । ଏପରିକି ଆଜି ପର୍ଯ୍ୟନ୍ତ କୌଣସି ଭରଣପୋଷଣ ଖର୍ଚ୍ଚ ମଧ୍ୟ ଦେଉନାହାନ୍ତି ଦିଲ୍ଲୀପ । ନିଜର ତଥା ନିଜ ୨ ପୁଅଙ୍କ ଭବିଷ୍ୟତ ପାଇଁ ସବୁଠାରେ ବିଫଳ ହେବା ପରେ ନିଜ ସ୍ୱାମୀ ଦିଲ୍ଲୀପଙ୍କୁ ଫେରିପାଇବା ପାଇଁ ଗାଁ ଲୋକଙ୍କ ସହାୟତାରେ ଥାନାର ଆଶ୍ରୟ ନେଇଛନ୍ତି ନମିତା । ତୁରନ୍ତ ପୁଲିସ ଘଟଣାର ତଦନ୍ତ କରି ଦିଲ୍ଲୀପଙ୍କୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ନେହୁରା ହୋଇଛନ୍ତି ନମିତା । ଅନ୍ୟ ପକ୍ଷରେ ସ୍ୱାମୀ ଦିଲ୍ଲୀପ ଅନ୍ୟତ୍ର ଦ୍ୱିତୀୟ ବିବାହ କରିସାରିବା ପରେ ନମିତାଙ୍କ ଉପରେ ଶଶୁର ଘର ଲୋକ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ନମିତା । ଶାଶୁ, ଶଶୁର, ନଣନ୍ଦ ଓ ନଣନ୍ଦେଇ ନମିତାଙ୍କୁ ମାଡ଼ପିଟ କରିବା ସହ ଖାଇବାକୁ ଦେଉ ନଥିବା ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଜୀବନରେ ମାରି ଦେବାର ମଧ୍ୟ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ନମିତା । ଏପରି ସ୍ଥିତିରେ ସାହିପଡ଼ିଶା ଯାହା ଖାଇବାକୁ ଦେଉଛନ୍ତି ସେଇଥିରେ ନିଜ ଦୁଇ ଛୁଆଙ୍କ ମୁହଁରେ ଆହାର ଦେଉଥିବା କହିଛନ୍ତି ନମିତା । ତୁରନ୍ତ ଏହାର ସମାଧାନ କରିବା ଲାଗି ପୁଲିସକୁ ସେ ଗୁହାରି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    94 %
    0.7kmh
    99 %
    Sat
    32 °
    Sun
    31 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ