Saturday, March 28, 2026
37.7 C
Odisha

    ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା

    ଆଗକୁ ପଢନ୍ତୁ

    ନୟାଗଡ଼: ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

    ସୂଚନା ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୀଠାଖାଇ ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରା ଯିବା ବେଳେ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର। ମୃତକ ହେଲେ ଡ୍ରାଇଭର ପ୍ରବୀଣ କୁମାର ସାହୁ, ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ ଓ ସୁମନ୍ତୀ ସାହୁ। ସୁମନ୍ତୀଙ୍କର ଦୁଇଟି ଛୋଟ ପୁଅ-ଝିଅ ଅଛନ୍ତି । ମାଆକୁ ହରାଇ ବେସାହାର ହୋଇପଡିଛନ୍ତି । ଗତକାଲି ‘ମା’ ସିଂହେଶ୍ୱରୀ’ ନାମକ ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବଲାଙ୍ଗିର ହରିଶଙ୍କର ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ପିଠାଖାଇ ଘାଟି ନିକଟରେ ରାସ୍ତାକଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଜଣକର ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ