ଆମେ ସମୟ ଅନୁଯାୟୀ ଖାଦ୍ୟ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖୁଛୁ । ଆମେ ଅନେକସମୟରେ ଅନେକ ଜିନିଷକୁ ଖାଦ୍ୟ ଲିଷ୍ଟରେ ଆଡ କରିଥାଉ । ଦହି ସାଧାରଣତଃ ଆମ ପେଟକୁ ଥଣ୍ଡା ରଖିଥାଏ । ଠିକ୍ ସେହିପରି ଆମେ ଅନେକ ସମୟରେ ଦହି ଓ ଗୁଡକୁ ନିତିଦିନିଆ ରୋଷେଇରେ ଆମେ ବ୍ୟବହାର କରିଥାଉ । ଅନେକାଂଶ ଲୋକ ଡାଏଟ ପାଇଁ ସାଲାଡରେ ଦହି ବ୍ୟବହାର କରିଥାନ୍ତି । ଦହି ଏବଂ ଗୁଡର ମିଶ୍ରଣରେ କିଛି ଖାଦ୍ୟ ଖାଇଛନ୍ତି କି? ପାଟିକୁ ସ୍ବାଦ ଲାଗିବା ସହ ଦେହ ପାଇଁ ଖୁବ୍ ଉପଯୋଗୀ । ଆପଣ ଜାଣିଛନ୍ତି କି ଆମ ଶରୀରରେ କେଉଁ ସବୁ ପ୍ରଭାବ ପକାଏ ଜାଣନ୍ତୁ ।
ପାଚନରେ ବୃଦ୍ଧି : ଦହିରେ ପ୍ରୋବାୟୋଟିକ୍ସ ଥିବାରୁ ଭଲ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଏଥିରେ ଫାଇବର ଗୁଣ ଥିବା ହେତୁ ପାଚନ ଶକ୍ତି ପାଇଁ ଭଲ ମାଧ୍ୟମ ହୋଇଥାଏ ।
ମେଟାବାଲିଜିୟମରେ ବୃଦ୍ଧି : ଦହି ଓ ଗୁଡର ମିଶ୍ରଣ ଖାଇବା ଦ୍ବାରା ମେଟାବାଲିଜିୟମରେ ବୃଦ୍ଧି ଘଟିଥାଏ । ମାଂସପେଶୀକୁ ଗଠନ କରିବାରେ ସହାୟକ ହୋଇଥାଏ । ଶୀଘ୍ର ଓଜନ ହ୍ରାସ କରିଥାଏ ।
ଇମ୍ୟୁନିଟିରେ ବୃଦ୍ଧି : ଦହିରେ ଜୀବାଣୁ ପ୍ରତିରୋଧକ ଶକ୍ତି ରହିଥାଏ । ସେହିପରି ଗୁଡରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ମିନରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ । ଯାହା ଅନେକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ ।
ତ୍ବଚା ସମସ୍ୟାକୁ ଦୂର କରେ : ଦହି ଓ ଗୁଡ ଖାଇବା ଦ୍ବାରା ମୁହଁରେ ପଡୁଥିବା ଭାଙ୍ଗ ଏବଂ ବ୍ରଣର ସମସ୍ୟାକୁ ଦୂର କରିଥାଏ ।
ଏନର୍ଜିରେ ବୃଦ୍ଧି : ଦହିରେ ଅନେକ ପୋଷକ ତତ୍ତ୍ବ ରହିଥାଏ । ଗୁଡରେ ପ୍ରାକୃତ୍ତିକ ସୁଗାର ମାତ୍ରା ଥିବାରୁ ଶରୀରରେ ତୁରନ୍ତ ଏନର୍ଜିକୁ ବଢାଇଥାଏ ।
ହାଡକୁ କରେ ମଜବୁତ : ଦହି ଏବଂ ଗୁଡରେ କ୍ୟାଲସିୟମ ମାତ୍ରା ରହିଥାଏ।ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ । ଯାହା ଅନେକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ ।
ତ୍ବଚା ସମସ୍ୟାକୁ ଦୂର କରେ : ଦହି ଓ ଗୁଡ ଖାଇବା ଦ୍ବାରା ମୁହଁରେ ପଡୁଥିବା ଭାଙ୍ଗ ଏବଂ ବ୍ରଣର ସମସ୍ୟାକୁ ଦୂର କରିଥାଏ ।
ଏନର୍ଜିରେ ବୃଦ୍ଧି : ଦହିରେ ଅନେକ ପୋଷକ ତତ୍ତ୍ବ ରହିଥାଏ । ଗୁଡରେ ପ୍ରାକୃତ୍ତିକ ସୁଗାର ମାତ୍ରା ଥିବାରୁ ଶରୀରରେ ତୁରନ୍ତ ଏନର୍ଜିକୁ ବଢାଇଥାଏ ।
ହାଡକୁ କରେ ମଜବୁତ : ଦହି ଏବଂ ଗୁଡରେ କ୍ୟାଲସିୟମ ମାତ୍ରା ରହିଥାଏ । ଯାହା ଖାଇବା ଦ୍ବାରା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।