Monday, March 23, 2026
29.4 C
Odisha

    ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ର : ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ନିଜର ଇସ୍ତାହାର ଜାରି କରିଛି। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଦିଲ୍ଲୀର ମହିଳାମାନଙ୍କ ପାଇଁ ମହିଳା ସମୃଦ୍ଧି ଯୋଜନା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଥମ କ୍ୟାବିନେଟରେ ପାରିତ ହେବ। ଏଲପିଜି ସିଲିଣ୍ଡରକୁ ମିଳିବ ୫୦୦ ଟଙ୍କା ସବସିଡି । ହୋଲି ଓ ଦୀପାବଳିରେ ଗୋଟିଏ ଗୋଟିଏ ସିଲିଣ୍ଡର ଅତିରିକ୍ତ ମିଳିବ। ମାତୃତ୍ୱ ସୁରକ୍ଷା ଯୋଜନାରେ ୨୧ ହଜାର ଟଙ୍କା ଦିଆଯିବ। ୬ଟି ପୁଷ୍ଟିକର କିଟ୍ ପୃଥକ ଭାବେ ଦିଆଯିବ।

    ଏ ସମ୍ପର୍କରେ ଘୋଷଣା କରି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ” ଆମେ ସବୁ ବର୍ଗର ଲୋକଙ୍କ ସହ ଯୋଗାଯୋଗ କରିଥିଲୁ। ୧,୮୦,୦୦୦ରୁ ଅଧିକ ପରାମର୍ଶ ମିଳିଥିଲା। ୧୨ ହଜାରରୁ ଅଧିକ ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ଇସ୍ତାହାର ତିନୋଟି ଭାଗରେ ରହିବ। ମୁଁ ଆଜି ପ୍ରଥମ ଭାଗ ମୁକ୍ତିଲାଭ କରୁଛି । ଦ୍ବିତୀୟ ଓ ତୃତୀୟ ପରବର୍ତ୍ତୀ ସମୟରେ ଆସିବ।”

    ୨୦୧୮ ରୁ ଆମ୍ ଆଦମୀ ପାର୍ଟି ଦ୍ୱାରା ଆୟୁଷ୍ମାନ ଭାରତ ଯୋଜନାରୁ ଦିଲ୍ଲୀର ୫୧ ଲକ୍ଷ ଲୋକ ବଞ୍ଚିତ ହୋଇଛନ୍ତି। ଆମେ ପ୍ରଥମ କ୍ୟାବିନେଟରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବୁ । ଦିଲ୍ଲୀ ସରକାରଙ୍କ ତରଫରୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯିବ । ଦିଲ୍ଲୀବାସୀଙ୍କୁ କେନ୍ଦ୍ର ସରକାର ୫ ଲକ୍ଷ ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେବେ। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦିଲ୍ଲୀବାସୀଙ୍କୁ ମୋଟ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ