Thursday, April 2, 2026
26 C
Odisha

    ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ ଯାଦବ

    ଆଗକୁ ପଢନ୍ତୁ

    ପାଟନା : ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ ୧୧, ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ (ଇସି) ଘୋଷଣା କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆରେଜଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧୁବନି ଜିଲ୍ଲାର ଦୁଇଟି ଆସନ ଯଥା ରାଘୋପୁର ଓ ଫୁଲପରାସରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡିଛି। ରାଘୋପୁର ଆରଜେଡିର ଦୁର୍ଗ କୁହାଯାଉଥିବାବେଳେ ଗତ ନିର୍ବାଚନରେ ଫୁଲପରାସ ଆସନରୁ ଜେଡିୟୁର ଶୀଲା କୁମାରୀ ବିଜୟୀ ହୋଇଥିଲେ। ୨୦୨୦ ନିର୍ବାଚନରେ ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ ଏକକ ବୃହତ୍ତମ ଦଳର ମାନ୍ୟତାଲାଭ କରିଥିଲା।

    ଏହି ନିର୍ବାଚନରେ ଏନଡିଏ ୧୨୫ ଏବଂ କଂଗ୍ରେସ-ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ ୧୧୦ ଆସନ ହାତେଇଥିଲେ। ଅନ୍ୟ କେତେକ ଆସନରେ ଆରଜେଡି ପ୍ରାର୍ଥୀ ସ୍ବଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେବାରୁ ଏନଡିଏ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା। ଏଥର ଦରଭଙ୍ଗା, ସମସ୍ତିପୁର ଏବଂ ମଧୁବନିକୁ ନେଇ ଗଠିତ ମିଥିଳାଞ୍ଚଳରେ ଆରଜେଡି ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ରାଘୋପୁର ଆସନରୁ ଲାଲୁପ୍ରସାଦ ଯାଦବ ଓ ରାବ୍ରୀ ଦେବୀ ବିଜୟୀ ହୋଇଥିବାବେଳେ ୨୦୨୦ରେ ତେଜସ୍ବୀ ଏହି ଆସନ ହାତେଇବାରେ ସଫଳ ହୋଇଥିଲେ। ଏଥର ରାଘୋପୁର ଆସନରୁ ନିର୍ବାଚନ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଲଢୁଥିବାରୁ ଏଠାରେ ଜିତିବା ତେଜସ୍ବୀଙ୍କ ପାଇଁ କଷ୍ଟକର ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ