Friday, October 18, 2024
25 C
Odisha

    ଦୁଇ ବାଇକ୍ ଧକ୍କା; ଜଣେ ଜୀବନ୍ତ ଦଗ୍ଧ; ଦୁଇ ଗୁରୁତର

    ଆଗକୁ ପଢନ୍ତୁ

    ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅଧୀନ କୁଢ଼ପାନୀ ଅଞ୍ଚଳରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାପରେ ନିଆଁ ଲାଗିଯାଇଥିଲା । ଏଥିରେ ବାଇକ୍ ଦୁଇଟି ଜଳିଯିବା ସହ ଜଣେ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରାଜେଶ ତିଗା ଓ ବେଲନ ବାଡ଼ା ଗୋଟିଏ ବାଇକ୍‌ରେ ବୀରମିତ୍ରପୁରରୁ ରାଏବଗା ଆସୁଥିଲୋ ସେହି ସମୟରେ ସିମଡେଗା ଅଞ୍ଚଳର ବାସିନ୍ଦା ଅଶୋକ ଅଗ୍ରୱାଲ ବୀରମିତ୍ରପୁରକୁ ବାଇକ୍‌ରେ ଯାଉଥିଲା ବେଳେ ରାଏବୋଗା ଅନ୍ତର୍ଗତ କୁଢପାନୀ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାପରେ ବାଇକ୍ ଦୁଇଟିରେ ନିଆଁ ଲାଗିଯିବାରୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଘଟଣାସ୍ଥଳରେ ବାଇକ୍ ଚାଳକ ରାଜେଶ ତିଗା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଶୋକ ଅଗ୍ରୱାଲ ଏବଂ ବେଲନ ବାଡାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସା କରାଯାଉଛି । ବେଲେନ ବାଡ଼ାଙ୍କ ଦେହର ୬୦ ଭାଗରୁ ଅଧିକ ଜଳି ଯାଇଥିବା ପରିଲକ୍ଷିତ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ରାଉରକେଲାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ