Thursday, April 2, 2026
37.1 C
Odisha

    ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ଫିଙ୍ଗିଦେଲେ ସାର୍; ଧରାଇଦେଲା ଗୁଗଲ୍ ଟାଇମଲାଇନ୍‌

    ଆଗକୁ ପଢନ୍ତୁ

    ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ପିଙ୍ଗିଦେଲେ ସ୍କୁଲ ପ୍ରିନ୍ସପାଲ୍। ଦୋଷ ଲୁଚାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ଖୋଜାଖୋଜି ବି କଲେ। ହେଲେ ଅଭିଯୁକ୍ତ ପ୍ରିନ୍ସପାଲ୍ ସାର୍‌ଙ୍କୁ ଧରାଇଦେଲା ଗୁଗଲ ଟାଇମଲାଇନ୍‌। ପୋଲିସ ଚତୁର ସାର୍‌ଙ୍କୁ ଗିରଫ କରିବା ପରେ ଛାତ୍ରୀ ମୃତ୍ୟୁର ସବୁ କଥା ସାମନାକୁ ଆସିଛି। ଗୁଜୁରାଟର ଦାହୋଡର ଏକ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ସମସ୍ତଙ୍କୁ ତାଜୁବ୍ କରିଦେଇଛି।
    ଗତ ୧୯ତାରିଖରେ ଦାହୋଡର ପ୍ରାଥମିକ ବିଦ୍ୟାଳୟ ପରିସରରୁ ୬ବର୍ଷୀୟ ଛାତ୍ରୀର ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ତେବେ କୁନି ଝିଅକୁ କିଏ ହତ୍ୟା କଲା ସେନେଇ କିଛି ସୂଚନା ମିଳିନଥିଲା। ପୋଲିସ ତଦନ୍ତ କରିବା ପରେ ପ୍ରିନ୍ସପାଲ୍ ଗୋବିନ୍ଦ ନଟ୍‌ଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତ ୬ବର୍ଷୀୟ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେ ଚିତ୍କାର କରିବାକୁ ଧରା ପଡିଯିବା ଭୟରେ ତଣ୍ଟି ଚିପି ହତ୍ୟା କରିଥିଲେ।

    ନାବାଳିକାର ମା’ଙ୍କ ସୂଚନା ଅନୁସାରେ, ପ୍ରତିଦିନ ଝିଅ ପ୍ରିନ୍ସପାଲଙ୍କ ସହ ସ୍କୁଲ ଯାଏ। ଘଟଣାଦିନ ବି ସାର୍‌ ଝିଅକୁ କାର୍‌ରେ ନେଇ ସ୍କୁଲ ଯାଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ଫେରିନଥିଲା, ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ସାର୍‌ଙ୍କୁ ପଚାରିବାରୁ ସେ ତାକୁ ସ୍କୁଲରେ ଛାଡି କାମରେ ବାହାରକୁ ଯାଇଥିବା କହିଥିଲେ। ସଂପୃକ୍ତ ପ୍ରିନ୍ସପାଲ୍ ମଧ୍ୟ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କଲେ। ସନ୍ଧ୍ୟା ବେଳକୁ ସ୍କୁଲ ପଛପଟରୁ ନାବାଳିକାକୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଲେ। ତୁରନ୍ତ ଲିମଖଡା ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ।

    ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପ୍ରିନ୍ସିପାଲଙ୍କୁ ପଚରାଉଚରା କଲାବେଳେ ସେ ଏ ବିଷୟରେ କିଛି ଜାଣି ନଥିବା କହିଥିଲେ। ମାତ୍ର ଶେଷଥର ପାଇଁ ପ୍ରିନ୍ସପାଲ୍ ଝିଅ ସହ ଥିବାରୁ ସନ୍ଦେହ ବଢିଥିଲା। ପୋଲିସ ତାଙ୍କ ମୋବାଇଲରେ ଗୁଗୁଲ୍ ଟାଇମଲାଇନ୍ ଚେକ୍ କରିଥିଲା। ସେ ୫ଟାରେ ସ୍କୁଲରୁ ବାହାରିଥିବା ପୋଲିସକୁ କହିଥିଲେ। ମାତ୍ର ଗୁଗୁଲ୍ ଟାଇମଲାଇନରେ ସନ୍ଧ୍ୟା ୬ଟା ୧୦ରେ ସେ ସ୍କୁଲରେ ଥିବା ଜଣାପଡିଥିଲା। ସ୍କୁଲରେ ପଚାରାଯିବାକୁ ନାବାଳିକା ସେଦିନ ସ୍କୁଲ ଆସିନଥିବା ଜଣାପଡିଥିଲା।

    ଏହାପରେ ପୋଲିସ ପ୍ରିନ୍ସିପାଲଙ୍କୁ ଅଟକ ରଖି ତାଙ୍କୁ ପଚରାଉଚରା କରିଥିଲା। ସେତେବେଳେ ସେ ଏହି ହତ୍ୟାକାଣ୍ଡର ଖୁଲାସା କରିଥିଲେ। ସେପ୍ଟେମ୍ବର ୧୯ରେ ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ପାଟିକରିବାରୁ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ପରେ ମୃତଦେହକୁ ସ୍କୁଲ ପରିସରରେ ରଖାଯାଇଥିବା କାରରେ ଛାଡି ଦେଇଥିଲେ। ସନ୍ଧ୍ୟାରେ ସ୍କୁଲ ଛୁଟି ହୋଇଯିବା ପରେ ସେ ମୃତଦେହକୁ ସ୍କୁଲ ପଛପଟେ ଫିଙ୍ଗି ଦେଇଥିଲେ। ବ୍ୟାଗ ଏବଂ ଜୋତାକୁ ଶ୍ରେଣୀଗୃହ ବାହାରେ ରଖିଦେଲେ। ପରିବାର ଲୋକ ଯେତେବେଳେ ତାଙ୍କୁ ପଚାରିବାକୁ ଆସିଥିଲେ ସେ ଆଶ୍ଚର୍ଯ୍ୟ ପ୍ରକଟ କରି ସେମାନଙ୍କ ସହ ଖୋଜିବାକୁ ବାହାରି ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ