Saturday, March 21, 2026
26.1 C
Odisha

    ନୂଆବର୍ଷରେ ମହାପ୍ରଭୁଙ୍କୁ କରନି ଅନିଦ୍ରା’; ଶ୍ରୀମନ୍ଦିର ପ୍ରଶାସନକୁ ପଣ୍ଡିତଙ୍କ ଚିଠି

    ଆଗକୁ ପଢନ୍ତୁ

    ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଜାନୁୟାରୀ ୧ ଆମ ପାଇଁ ପରମ୍ପରାଗତ ନବ ବର୍ଷ ନୁହେଁ ଏବଂ ଏଥିପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଶ୍ରୀମନ୍ଦିର ରାତି ଅଧରେ ନ ଖୋଲିବା ପାଇଁ ଚିଠି ଲେଖାଯାଇଛି । ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । ବଡ଼କଥା ହେଉଛି ପ୍ରତିବର୍ଷ ନୂଆବର୍ଷ ଦିନ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିରେ ମନ୍ଦିର ଖୋଲାରହିଥାଏ । ହେଲେ ଏଥର ନୂଆବର୍ଷ ପୂର୍ବରୁ ମଧ୍ୟରାତ୍ରିରେ ମନ୍ଦିର ଖୋଲା ନିଷ୍ପତ୍ତି ବଦଳାଇକୁ ଦାବି ହେଉଛି । ଆଉ ଯାହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ ।

    ଏପଟେ ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ନ ଖୋଲିବାକୁ ଲେଖାଯାଇଥିବା ଚିଠିକୁ ସମର୍ଥନ କରିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁ ବି ଆମ ଭଳି ଖାଆନ୍ତି, ରାତିରେ ଶୁଅନ୍ତି, ସବୁ କିଛି ମାନବୀୟ ଲୀଳା କରନ୍ତି । ଆଉ ଏ ଇଂରାଜୀ ନବବର୍ଷ ଆମ ପରମ୍ପରା ନୁହେଁ ତେଣୁ କାହିଁକି କାଳିଆକୁ ଅନିଦ୍ରା ରଖିବା? ତୁରନ୍ତ ଏନେଇ ବିଚାର କରି ନୀତିକାନ୍ତି ସଠିକ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି । ବଡ଼କଥା ହେଉଛି ଏବେ ଗଜପତି ମହାରାଜା , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଆଇନ ମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଇଂରାଜୀ ନୂଆବର୍ଷ ମଧ୍ୟରାତ୍ରିରେ ଶ୍ରୀମନ୍ଦିର ପୂର୍ବ ଭଳି ଖୋଲା ରହିବ ନା ଏଥର ବନ୍ଦ ରହିବ ତାହା ଉପରେ ନଜର ରଖିଛନ୍ତି କୋଟି କୋଟି ଓଡ଼ିଆ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ