Wednesday, April 8, 2026
34.5 C
Odisha

    ନୂଆବର୍ଷରେ ଲୋକଙ୍କ ପାଇଁ ଖୁସିଖବର, ହ୍ରାସ ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୂଆ ବର୍ଷ ୨୦୨୫ର ପ୍ରଥମ ଦିନ ଲୋକଙ୍କ ପାଇଁ ଖୁସିଖବର ଆଣିଛ। ଏଲପିଜି ଗ୍ୟାସ ସିଲିଣ୍ଡର ଭରିବା ୧ ଜାନୁଆରୀ ୨୦୨୫ରୁ ଶସ୍ତା ହୋଇଯାଇଛି। ସରକାରୀ ତୈଳ କମ୍ପାନୀ ପ୍ରଥମ ତାରିଖରୁ ଏଲପିଜି ସିଲିଣ୍ଡରର ଦରରେ ୧୪.୫୦ ଟଙ୍କା ହ୍ରାସ କରିଛି। ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ୧୮୧୮.୫୦ ଟଙ୍କାରୁ ହ୍ରାସ ପାଇ ୧୮୦୪ ଟଙ୍କା ହୋଇଯାଇଛି।

    ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ୧୯ କିଲୋ ଏଲପିଜି ସିଲିଣ୍ଡରର ଦାମ ସଂଶୋଧନ କରାଯାଇ ନୂଆ ଦରର ଘୋଷଣା କରାଯାଇଥାଏ। ଏଥିସହ ନୂଆ ବର୍ଷରେ ଏହି କମ୍ପାନୀଗୁଡ଼ିକ ନିଜ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ଦେଇ ୧୯ କିଲୋ ଏଲପିଜି ସିଲିଣ୍ଡରର ଦରରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ୧ ଜାନୁଆରୀ ୨୦୨୫ରେ ଦିଲ୍ଲୀରେ ୧୯ କିଲୋର ଏଲପିଜି ସିଲିଣ୍ଡର ଭରିବା ବର୍ତ୍ତମାନ ୧୮୦୪ ଟଙ୍କା ଦେବାକୁ ପଡିବ ଯାହା ପ୍ରଥମେ ୧୮୧୮.୫୦ ଟଙ୍କା ଦେବାକୁ ପଡୁଥିଲା।କୋଲକାତାରେ ଏହି ଦର ହ୍ରାସ ପାଇ ୧୯୧୧ ଟଙ୍କା ହୋଇଯାଇଛି, ଏହା ପୂର୍ବରୁ ୧୯୨୭ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ଏହି ମୂଲ୍ୟ ୧୭୫୬ ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ ୧୭୭୧ ଟଙ୍କା ଥିଲା। ଚେନ୍ନାଇରେ ୧୯୮୦.୫୦ ଟଙ୍କାରୁ ହ୍ରାଇ ପାଇ ୧୯୬୬ ଟଙ୍କା ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ