Saturday, April 4, 2026
36.1 C
Odisha

    ନେପାଳୀ ଯୁବକ ହାଜତ ମୃତ୍ୟୁ ମାମଲା : ପୂର୍ବତନ ଆଇଜି ସମେତ ୮ ପୁଲିସ କର୍ମଚାରୀ ଦୋଷୀ

    ଆଗକୁ ପଢନ୍ତୁ

    ଶିମଲା: କୋଟଖାଇ ଗୁଡ଼ିଆ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ଜଣେ ନେପାଳୀ ଯୁବକଙ୍କ ହାଜତ ମୃତ୍ୟୁ ମାମଲାରେ ସିମଲାର ପୂର୍ବତନ ଆଇଜି ଜହୁର ହାଇଦର ଜୈଦୀ ଏବଂ ଅନ୍ୟ ୮ ଜଣ ପୁଲିସ କର୍ମଚାରୀଙ୍କୁ ଚଣ୍ଡିଗଡ଼ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଆସିବା ପରେ କୋର୍ଟ ସମସ୍ତ ଦୋଷୀଙ୍କୁ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୨୭ତାରିଖରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇବେ।ଏହି ମାମଲା ୨୦୧୭ ମସିହାର। ଶିମଲା ଜିଲ୍ଲାର କୋଟଖାଇ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ୨୦୧୭ ଜୁଲାଇ ୪ ତାରିଖରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ। ଏହାର ଦୁଇ ଦିନ ପରେ ଜୁଲାଇ ୬ ତାରିଖରେ ତାଣ୍ଡି ଜଙ୍ଗଲରୁ ତାଙ୍କ ଉଲଗ୍ନ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

    ଏହି ଘଟଣା ପରେ ହିମାଚଳ ପୁଲିସ ତତ୍କାଳୀନ ଆଇଜି ଜହୁର ହାଇଦର ଜୈଦିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଥିଲା। ଏହି ଟିମ୍ ନେପାଳୀ ବଂଶୋଦ୍ଭବ ଯୁବକ ସୁରଜଙ୍କ ସମେତ ୬ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା। କିନ୍ତୁ ୨୦୧୭ ଜୁଲାଇ ୧୮ ତାରିଖରେ କୋଟଖାଇ ଥାନା ଅଞ୍ଚଳରେ ସୁରଜଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା। ଏହା ପରେ ହିମାଚଳରେ ପ୍ରବଳ ଜନଆକ୍ରୋଶ ଦେଖାଦେଇଥିଲା । ପରେ ଏହି ମାମଲାରେ ଅନୀଲ କୁମାର ନାମକ ଯୁବକକୁ ଗିରଫ କରାଯାଇଥିଲା ଓ ପରେ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ ।national

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ