Wednesday, March 18, 2026
22.9 C
Odisha

    ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ ଓରାମ

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ଼ରେ ରହିଛି ୧୩ରୁ ଅଧିକ ପର୍ଯ୍ୟଟନସ୍ଥଳ। ହେଲେ ଆଜି ପର୍ଯ୍ୟନ୍ତ ବିକାଶ ଦେଖିଛି ମାତ୍ର ୩/୪ଟି ପର୍ଯ୍ୟଟନସ୍ଥଳ। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏସବୁସ୍ଥଳକୁ ଆଦୌ ପର୍ଯ୍ୟଟନ ବିଭାଗ ଗୁରୁତ୍ବ ଦେଇନି। ଗତ ସରକାର ସମୟରେ ବେଦବ୍ୟାସ, ଖଣ୍ଡାଧାର, ପିତାମହଲ ଡ୍ୟାମ୍‌ ଏମିତି କିଛି ପର୍ଯ୍ୟଟନସ୍ଥଳକୁ ବାଦ୍‌ ଦେଲେ ଅନ୍ୟ କେଉଁ ସ୍ଥାନ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନି। ଫଳରେ ସୁନ୍ଦରଗଡ଼ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ଏବେ ସରକାର ବଦଳିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଶାସନ କରୁଛି। କେନ୍ଦ୍ର ଆଦିବାସୀମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ର ପର୍ଯ୍ୟଟସ୍ଥଳଗୁଡ଼ିକୁ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଚିଠି ଲେଖିଛନ୍ତି। ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୮ଟି ପର୍ଯ୍ୟଟନସ୍ଥଳର ତାଲିକା ଦେଇଛନ୍ତି। ଏଗୁଡ଼ିକ ମଧ୍ୟରେ ରହିଛି ବଣାଇ ବ୍ଲକ ଅନ୍ତର୍ଗତ ବଣାଇର ବାବା ବାଶେଣ୍ବର ମହାଦେବ ମନ୍ଦିର, ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତର ସିଙ୍ଗା‌ରଦେଇ, ତଳବାହାଲିର ଅଶୋକ ଝରଣ, ଫୁଲ୍‌ଝରର ମିରିଗ୍‌ ଲୋଟିନି, ବରିଟୋଲାର ବିଶେଶ୍ବର ମହାଦେବ, ଦର୍ଜିଂର ଦେଓଧର, କଲେଇପୋଷ ପଞ୍ଚାୟତର କଟା, ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବଣେଇକେଲା ପଞ୍ଚାୟତର ବାଦଲଗିରି ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ଥିବା ଏସବୁ ସ୍ଥଳର ବିକାଶହେଲେ ସ୍ଥାନୀୟ ଅଞଚଳବାସୀଙ୍କ ରୋଜଗାର ବଢ଼ିବ। ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜୁଏଲ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଚିଠି ପାଇବା ଉପମୁଖ୍ୟମନ୍ତ୍ରୀ ଜିଲ୍ଲାର ପର୍ଯ୍ୟଟନସ୍ଥର ବିକାଶକୁ କେତେ ଗୁରୁତ୍ବ ଦେଉଛନ୍ତି, ତା’ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ