Saturday, April 4, 2026
36.1 C
Odisha

    ପଶ୍ଚିମ ଓଡ଼ିଶା ବିକାଶ ପାଇଁ କେତେ ଖର୍ଚ୍ଚ ହୋଇଛି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଛି ପ୍ରାପ୍ତ ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ୨୦୨୪-୨୫ର କାର୍ଯ୍ୟାନ୍ବୟନ ପାଇଁ ମୋଟ ୧୫୦,୮୪,୬୪,୦୪୮ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ପଶ୍ଚିମ ଓଡିଶା ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୪-୨୫ବର୍ଷରେ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ବୋଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ।
    ସେହିପରି ବଲାଙ୍ଗୀର‌ର ୧୧୨ଟି ପ୍ରକଳ୍ପରେ ୭,୯୬,୭୭,୦୪୧ଟଙ୍କା, ବୌଦ୍ଧର ୭୫ଟି ପ୍ରକଳ୍ପରେ ୩,୩୭ ,୪୮,୭୨୭ ଟଙ୍କା, ଦେଓଗଡ଼ର ୧୦୨ଟି ପ୍ରକଳ୍ପରେ ୬,୫୬୪୩,୧୨୧ ଟଙ୍କା, ଝାରସୁଗୁଡାର ୧୬୧ ପ୍ରକଳ୍ପରେ ୯,୩୦,୮୮,୯୨୦ ଟଙ୍କା, କଳାହାଣ୍ଡିର ୨୪୫ ପ୍ରକଳ୍ପରେ ୧୪,୬୨,୨୩,୪୫୧ ଟଙ୍କା ଖର୍ଚ୍ଚ ହୋଇଛି।

    ସେହିପରି ନୂଆପଡ଼ାର ୧୭୯ଟି ପ୍ରକଳ୍ପରେ ୮,୯୮,୩୬,୦୫୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସମ୍ବଲପୁରର ୧୬୬ଟି ପ୍ରକଳ୍ପରେ ୨୮,୧୫,୦୦,୬୫୫ ଟଙ୍କା, ସୁବର୍ଣ୍ଣପୁରର ୧୮୯ ପ୍ରକଳ୍ପରେ ୧୪,୩୨,୩୧,୧୨୬ଟଙ୍କା ଏବଂ ସୁନ୍ଦରଗଡ଼ର ୫୫୯ ପ୍ରକଳ୍ପରେ ୨୫,୬୦,୬୪,୫୯୮ ଟଙ୍କା ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ