Saturday, April 11, 2026
30.4 C
Odisha

    ପୂଣେରେ ମିନି ବସ୍ ଜଳି ୪ଜଣଙ୍କ ମୃତ୍ୟୁ ଘଟଣା: ଦୀପାବଳିରେ ବୋନସ ନଦେବା ସହ ଅପମାନିତ କରୁଥିବାରୁ ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର

    ଆଗକୁ ପଢନ୍ତୁ

    ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ହିଞ୍ଜେୱାଡିରେ ଏକ ଟେମ୍ପୋ ଟ୍ରାଭେଲର ଗାଡ଼ିରେ ନିଆଁ ଲାଗିଯିବାରୁ ଗ୍ରାଫିକ୍ସ କମ୍ପାନିର ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି ପୁଲିସ ଭାବିଥିବା ବେଳେ ଏବେ ଏହି ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ତାହା ସାମ୍ନାକୁ ଆସିଛି। କର୍ମଚାରୀଙ୍କ ସହ ବିବାଦ ଏବଂ ଦରମା ବୃଦ୍ଧି ନହେବା ଯୋଗୁଁ ଟ୍ରାଭେଲର ଡ୍ରାଇଭର ରାଗିଯାଇ ଏହି କାର୍ଯ୍ୟ କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଡ୍ରାଇଭର ଜଣକ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭରର ନାମ ଜନାର୍ଦ୍ଦନ ହମ୍ବାର୍ଡିକର। ସେ ପୁଣେର କୋଥରୁଡରେ ରହୁଥିଲା। ଅଭିଯୁକ୍ତଜଣକ ହିଞ୍ଜେୱାଡିରେ ଅବସ୍ଥିତ ଏକ ଗ୍ରାଫିକ୍ କମ୍ପାନିର ଟେମ୍ପୋ ଟ୍ରାଭେଲରର ଡ୍ରାଇଭର ଭାବେ କରୁଥିଲା। ବୁଧବାର ସକାଳ ୮ଟାରେ ହିଞ୍ଜେୱାଡିର ୱିପ୍ରୋ ସର୍କଲ ଫେଜ୍ ୱାନ୍ ଅଞ୍ଚଳରେ ଏକ ଟେମ୍ପୋ ଟ୍ରାଭେଲର୍‌ରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଗାଡ଼ି ଭିତରେ ଥିବା ଚାରି ଜଣ କର୍ମଚାରୀ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ। ଏହା ସହ ଚାରି ଜଣ କର୍ମଚାରୀ ଗାଡ଼ିରୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ଏହି ଘଟଣା ପରେ ପୁଲିସ ଅନୁମାନ କରିଥିଲା ​​ଯେ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ।ହେଲେ ଏବେ ତଦନ୍ତରୁ ଜଣାପଡିଛି ଯେ, ଡ୍ରାଇଭର ଜନାର୍ଦ୍ଦନ କମ୍ପାନି ସହିତ ପୁରୁଣା ଶତ୍ରୁତା ଏବଂ ଅସନ୍ତୋଷ ଯୋଗୁଁ ଏହି ଅପରାଧ କରିଥିଲା। କମ୍ପାନିର କର୍ମଚାରୀଙ୍କ ସହ ଝଗଡ଼ା ଓ ଦରମା କାଟି ଦିଆଯିବାରୁ ଜନାର୍ଦ୍ଦନ ଏଭଳି କରିଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ