Friday, February 20, 2026
25 C
Odisha

    ପୂର୍ବତନ ବିଧାୟକା ତଥା ପ୍ରସିଦ୍ଧ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁରର ପୂର୍ବତନ ବିଧାୟକା ତଥା ପ୍ରସିଦ୍ଧ ଡାକ୍ତର ରାସେଶ୍ବରୀ  ପାଣିଗ୍ରାହୀଙ୍କ ପରଲୋକ ।  ୭୯ ବର୍ଷ ବୟସରେ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ସ୍ନାୟୁଜନତି ରୋଗରେ ପୀଡ଼ିତ ଥିବାରୁ ନିଜ ବାସଭବନରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚାଲିଥିଲା ଚିକିତ୍ସା ।  ଆଜି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି ।  ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ ।  ଜଣେ ଦକ୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର ଏବଂ ସମ୍ବଲପୁରରେ ଦୀର୍ଘ ଦଶନ୍ଧି ଧରି ଲୋକଙ୍କ ସେବା କରିଆସୁଥିଲେ ।  ୨୦୧୪ ମସିହାରେ ସେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।  ତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ବିଧାୟକା ତଥା ପ୍ରସିଦ୍ଧ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    24 %
    0.8kmh
    5 %
    Fri
    27 °
    Sat
    35 °
    Sun
    35 °
    Mon
    35 °
    Tue
    35 °

    ସମ୍ବନ୍ଧିତ