Tuesday, February 10, 2026
14 C
Odisha

    ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ସାରା ଓଡ଼ିଶାବାସୀଙ୍କ ତରଫରୁ ଓଡ଼ିଶା ଓ ମନ୍ଦିମାଳିନୀ ସହର ଭୁବନେଶ୍ବରକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି। ଆପଣମାନେ ସାଂସ୍କୃତିକ ଆମ୍ବାସାଡର। ଆପଣମାନେ  ଆମର ଗର୍ବ। ଆମ ଭିତରେ ଥିବା ଭାଇଚାରା ଅନନ୍ୟ, ଓଡ଼ିଶାର ସଂସ୍କୃତି ମହାନ୍। ଆଜି ଓଡ଼ିଶା ବିଶ୍ବରେ ଖଣି, ଇସ୍ପାତ, ଆଲୁମିନୟମ୍, ସ୍ବାସ୍ଥ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷା, ପର୍ଯ୍ୟଟନ କ୍ଷେତ୍ରରେ ବି ବେଶ୍ ଜଣାଶୁଣା। ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମେଳନର ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ଓଡ଼ିଶାର ପୁରୀ , କୋଣାର୍କ, ଚିଲିକା ଓ ଧଉଳି ଆଦି ପର୍ଯ୍ୟଟନସ୍ଥଳୀ ଭ୍ରମଣ କରି ଆନନ୍ଦ ପାଇବେ। ଏହାଛଡ଼ା ଏଠାକାର ଡାଲମା, ରସଗୋଲା, ଛେନାପୋଡ଼ର ମଜା ଉଠାଇବେ। ଏହି ତିନିଦିନ ଆପଣମାନଙ୍କ ଜୀବନର ସ୍ମରଣୀୟ ହୋଇ ରହିବ। ପ୍ରବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ | ଏହି ସମୟ ଆପଣମାନଙ୍କ ସ୍ମୃତିରେ ରହିବ | ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ | ଆପଣମାନେ ଆମର ସାଂସ୍କୃତିକ ଆମ୍ବାସଡର, ଆପଣମାନେ ଆମର ଗର୍ବ | ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ଵ ଦରବାରରେ ଆପଣମାନେ ପହଞ୍ଚାଇବେ|

    ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅନେକ ଅବଦାନ ରହିଛି | କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀ ମନ୍ଦିର ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ବୋଲି ପ୍ରବାସୀ ଅତିଥିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ | ଆଇଟି ଏବଂ ସ୍କିଲ୍ ଡେଭେଲପମେଣ୍ଟ କ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢୁଛି | ଟେକ୍ନୋଲଜି, ଅକ୍ଷୟ ଶକ୍ତି, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ବହୁତ ସମ୍ଭାବନା ଅଛି | ଆପଣ ମାନଙ୍କ ଉପଲବ୍ଧି ଆମକୁ ଖୁସି ଦେଇଥାଏ | ପୁରୀ, କୋଣାର୍କ, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ, ଡାଲମା, ଛେନାପୋଡ଼, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ଆନନ୍ଦ ନିଅନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ | ଏହା ଦ୍ବାରା ଓଡ଼ିଶା ସହ ଆପଣ ମାନଙ୍କ ସମ୍ପର୍କ ଆହୁରି ମଜବୁତ ହେବ | ଏକାଠି କାମ କଲେ ଆମେ ଆହୁରି ସଶକ୍ତ ହେବା ଏବଂ ବିକଶିତ ଭାରତ ଗଠନ ହେବ |

    ସୂଚନାଯୋଗ୍ୟ, ଆଜି ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମେଳନ। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ  ଉଦଘାଟନ କରିଛନ୍ତି। ଏହା ପରେ ଆଜି ଜନତା ମଇଦାନରେ ଦିବ୍ୟ ଓ ଭବ୍ୟ ଆୟୋଜନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14 ° C
    14 °
    14 °
    54 %
    1.3kmh
    24 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ