Friday, October 18, 2024
29.5 C
Odisha

    ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥିପାଇଁ ଅନୁକୂଳ ରହିଛି ପାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଫେରିଯିବ ମୌସୁମୀ । ଓଡ଼ିଶାରୁ କିଛି ଭାଗରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇ ଦିନ ମଧ୍ୟରେ ମୌସୁମୀ ଫେରିବା ନେଇ ପାଗ ଅନୁକୂଳ ରହିଛି । ସେହିପରି ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ବିହାରରୁ ସଂପୂର୍ଣ୍ଣ ଫେରିଯିବ ମୌସୁମୀ । ଓଡିଶା, ପଶ୍ଚିମବଙ୍ଗ ଓ ସିକିମର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ ବାୟୁ । କେରଳ ଛୁଇଁବାର ୮ ଦିନ ପରେ ଓଡିଶାରେ କରିଥିଲା ପ୍ରବେଶ । ରାଜ୍ୟରେ ଏଥର ସ୍ବାଭାବିକ ମୌସୁମୀ ବର୍ଷା ରେକର୍ଡ ହୋଇଛି ।  ୭ ଦିନ ପର୍ଯ୍ୟନ୍ତ ବଡ଼ ବର୍ଷା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବଙ୍ଗୋପସାଗରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି ।  ଏହାର ପ୍ରଭାବରେ ରାଜ୍ୟ ଭିତରକୁ କ୍ରମାଗତ ଭାବେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହି ବାୟୁ ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସି ମେଘୁଆ ଆକାଶ ସୃଷ୍ଟି କରିବ।  ଯାହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହୁଛି ।  କିନ୍ତୁ ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷ ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ