କନ୍ଧମାଳ: ରାତି ପାହିଲେ ବଡ଼ ଦିନ । ଆଜି ମଧ୍ୟ ରାତିରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ସହର । ଚିକମିକ୍ ଲାଇଟରେ ସଜେଇ ହେଉଛି ଚର୍ଚ୍ଚ । ବଡ ଦିନକୁ ଧୁମଧାମରେ ପାଳିବାକୁ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜିଉଦୟଗିରୀ, ରାଇକିଆ ଦାରିଙ୍ଗବାଡି ଓ ବାଲିଗୁଡା ଭଳି ଅଞ୍ଚଳଗୁଡ଼ିକରେ ରଙ୍ଗ ବେରଙ୍ଗ ଲାଇଟରେ ଝଲସୁଛି ଚର୍ଚ୍ଚ । ଶାନ୍ତି ଶୃଙ୍ଖଳାର ସହ ବଡ଼ ଦିନ ପାଳିବାକୁ କନ୍ଧମାଳ ଜିଲ୍ଲାପାଳ ଓ କନ୍ଧମାଳ ଏସପିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି ।
ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି । ସମଗ୍ର ଜିଲ୍ଲାରେ ୨୭ ପ୍ଲାଟୁନ ଫୋର୍ସ, ୮୦ ଜଣ SI,OSI ମୂତୟନ କରାଯାଇଛି । ଏହାର ତଦାରଖ ପାଇଁ ୧୭ ଜଣ ଇନସ୍ପେକ୍ଟର ୭ଜଣ SDPO, DSP ଜଣେ ଅତିରିକ୍ତ ଏସପିଙ୍କୁ ଦାୟୀତ୍ଵ ଦିଅଯାଇଛି । କୌଣସି ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ବୋଲି ରାଇକିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଶାସନର ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ଚର୍ଚ୍ଚର ଫାଦ ର।

