Saturday, April 4, 2026
29 C
Odisha

    ବଢ଼ିଲା ବ୍ରିଜଭୂଷଣ ସିଂଙ୍କ ଅଡୁଆ, ଯୌନଶୋଷଣ ମାଲା

    ଆଗକୁ ପଢନ୍ତୁ

    ବଢ଼ିଲା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡୁଆ । ତାଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା । ବ୍ରିଜ ଭୂଷଣଙ୍କ ବିରୋଧରେ ୬ ମହିଳା କୁସ୍ତି ଖେଳାଳିଙ୍କ ଦ୍ୱାରା ଦାଖଲ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଚାର୍ଜଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମ୍) ପ୍ରିୟଙ୍କା ରାଜପୁତ ଏହି ନିର୍ଦ୍ଦେଶ ଦେଇଛନ୍ତି। କୁସ୍ତି ମହାସଂଘର ମୁଖ୍ୟ ଥିବା ସମୟରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ବ୍ରିଜଭୂଷଣଙ୍କ ନାଁରେ ଆସିଥିଲା ଅଭିଯୋଗ । ଏନେଇ ପୋଲିସ ବ୍ରିଜ୍ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା ।

    କୋର୍ଟ କହିଛନ୍ତି ଯେ, ଆଇପିସି ଦଫା ୩୫୪ (ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର) ଏବଂ ୩୫୪-ଏ (ଯୌନ ନିର୍ଯାତନା) ଏବଂ ଧାରା ୫୦୬ (ଅପରାଧିକ ଧମକ) ଅନୁଯାୟୀ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ବ୍ରିଜ ଭୂଷଣଙ୍କ ବ୍ୟତୀତ କୋର୍ଟ କୁସ୍ତି ମହାସଂଘର ପୂର୍ବତନ ସହକାରୀ ସଚିବ ବିନୋଦ ତୋମାରଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ୍ କରିଛନ୍ତି। ତୋମାରଙ୍କ ବିରୋଧରେ ଆଇପିସି ଦଫା ୫୦୬ ଅଧୀନରେ ଚାର୍ଜ ଫ୍ରେମ କରାଯାଇଛି। ଚାର୍ଜଫ୍ରେମ୍ କରାଯିବା ଅର୍ଥ ଏହି ମାମଲାର ପ୍ରଥମ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ