Thursday, March 19, 2026
20.8 C
Odisha

    ବାସୁଦେବପୁରରେ ଚାଞ୍ଚଲ୍ୟ, ୫ ଦିନର କନ୍ୟା ସନ୍ତାନକୁ ବିକ୍ରି ଅଭିଯୋଗ

    ଆଗକୁ ପଢନ୍ତୁ

    ବାସୁଦେବପୁର : ୫ଦିନର ଶିଶୁକୁ ବିକ୍ରି ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ବଡ଼ ମଳିକ ସାହିରେ ଶିଶୁ ବିକ୍ରି ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହୋଇଥିବରୁ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

    ସେପ୍ଟେମ୍ବର ୨୯ତାରିଖରେ ସଞ୍ଜୟ ମଳିକ ଓ ବନିତା ଦାସଙ୍କର ବାସୁଦେବପୁର ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତାଙ୍କର ପୂର୍ବରୁ ଏକ ଶିଶୁ କନ୍ୟା ଥିବାରୁ ପୁଣି ଏକ କନ୍ୟା ଜନ୍ମ ହୋଇଥିଲା । ଡାକ୍ତରଖାନାରେ ୪ ଦିନ ରହିବା ପରେ ତାଙ୍କର ବଡ଼ ଝିଅକୁ ନେଇ ବନିତା ନିଜ ଶଶୁର ଘର ବିନାୟକପୁର ଆସି କିଛି ସମୟ ରହି ବାପଘର ଚାନ୍ଦବାଲିକୁ ପଳାଇ ଯାଇଥିଲେ । ସାଙ୍ଗରେ ନବଜାତ ଶିଶୁକୁ ଆଣି ନଥିବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା । ଶିଶୁ ବିକ୍ରି ସନ୍ଦେହରେ ଗ୍ରାମବାସୀ ବାସୁଦେବପୁର ଥାନା ସମେତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ତଦନ୍ତ କରିଥିଲେ । ପଚରାଉଚରା ବେଳେ ତିହିଡି ପୀରହାଟ ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କୁ ଶିଶୁକୁ ଦାନ କରିଥିବା ଶିଶୁ କନ୍ୟାର ଜେଜେ କହିଛନ୍ତି । ସେପଟେ ତୁରନ୍ତ ନବଜାତକୁ ଆଣି ବାପାମା କିମ୍ବା ଶିଶୁ ବିଭାଗକୁ ହସ୍ତାନ୍ତର କରିବୁ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ