Saturday, November 15, 2025
13.5 C
Odisha

    ବାସୁଦେବପୁରରେ ଚାଞ୍ଚଲ୍ୟ, ୫ ଦିନର କନ୍ୟା ସନ୍ତାନକୁ ବିକ୍ରି ଅଭିଯୋଗ

    ଆଗକୁ ପଢନ୍ତୁ

    ବାସୁଦେବପୁର : ୫ଦିନର ଶିଶୁକୁ ବିକ୍ରି ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ବଡ଼ ମଳିକ ସାହିରେ ଶିଶୁ ବିକ୍ରି ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହୋଇଥିବରୁ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

    ସେପ୍ଟେମ୍ବର ୨୯ତାରିଖରେ ସଞ୍ଜୟ ମଳିକ ଓ ବନିତା ଦାସଙ୍କର ବାସୁଦେବପୁର ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତାଙ୍କର ପୂର୍ବରୁ ଏକ ଶିଶୁ କନ୍ୟା ଥିବାରୁ ପୁଣି ଏକ କନ୍ୟା ଜନ୍ମ ହୋଇଥିଲା । ଡାକ୍ତରଖାନାରେ ୪ ଦିନ ରହିବା ପରେ ତାଙ୍କର ବଡ଼ ଝିଅକୁ ନେଇ ବନିତା ନିଜ ଶଶୁର ଘର ବିନାୟକପୁର ଆସି କିଛି ସମୟ ରହି ବାପଘର ଚାନ୍ଦବାଲିକୁ ପଳାଇ ଯାଇଥିଲେ । ସାଙ୍ଗରେ ନବଜାତ ଶିଶୁକୁ ଆଣି ନଥିବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା । ଶିଶୁ ବିକ୍ରି ସନ୍ଦେହରେ ଗ୍ରାମବାସୀ ବାସୁଦେବପୁର ଥାନା ସମେତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ତଦନ୍ତ କରିଥିଲେ । ପଚରାଉଚରା ବେଳେ ତିହିଡି ପୀରହାଟ ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କୁ ଶିଶୁକୁ ଦାନ କରିଥିବା ଶିଶୁ କନ୍ୟାର ଜେଜେ କହିଛନ୍ତି । ସେପଟେ ତୁରନ୍ତ ନବଜାତକୁ ଆଣି ବାପାମା କିମ୍ବା ଶିଶୁ ବିଭାଗକୁ ହସ୍ତାନ୍ତର କରିବୁ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.5 ° C
    13.5 °
    13.5 °
    64 %
    1.2kmh
    2 %
    Sat
    25 °
    Sun
    25 °
    Mon
    26 °
    Tue
    26 °
    Wed
    27 °

    ସମ୍ବନ୍ଧିତ