Sunday, June 29, 2025
22.9 C
Odisha

    ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ। ଆଜି ପ୍ରବାସୀ ଭାରତୀୟ ସମ୍ମେଳନରେ ଉଦବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ।

    ସେ ଆହୁରି କହିଛନ୍ତି, ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ଲକ୍ଷ୍ୟ| ବିକଶିତ ଭାରତ ଗଠନରେ ଯୁବକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ | ପ୍ରବାସୀ ଭାରତୀୟ ଦେଶର ବିକାଶରେ ଭାଗିଦାରୀ ଦେବା ଜରୁରୀ | ପ୍ରବାସୀମାନେ ଯେଉଁଠି ରହୁଛନ୍ତି, ସେଠାରେ ଯାହା ଶ୍ରେଷ୍ଠ, ଯାହା ଦେଶ ପାଇଁ ହିତ ଓ ଅନୁଭବ ଦେଶର ବିକାଶରେ ଲଗାଇବାକୁ କହିଛନ୍ତି ମନ୍ତ୍ରୀ | ଭାରତରେ ୨୦ରୁ ୧୩ ଜଣ ଯୁବ | ଯାହାକି ଭାରତର ଶକ୍ତି, ଯୁବ ଶକ୍ତି ଦେଶ ବିକାଶରେ ଜରୁରୀ | କୋଭିଡ ଭ୍ୟାକ୍ସିନ ରିସର୍ଚ୍ଚ ବେଳେ ଭାରତର ଯୁବ ବୈଜ୍ଞାନିକଙ୍କ ଅବଦାନକୁ ମଞ୍ଚରେ ପ୍ରଶଂସା କରିଛନ୍ତି ମନ୍ତ୍ରୀ | ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଆବଶ୍ୟକ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ | ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି |  ଦେଶ ବିକାଶରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଜରୁରୀ | “ଏହି ସମୟ ପ୍ରକୃତ ସମୟ”, ତେଣୁ ଦେଶ ବିକାଶରେ ସମସ୍ତେ ଯୋଗଦାନ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ।

    ପ୍ରବାସୀ ଭାରତୀୟ ସମ୍ମେଳନ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ  ମନସୁଖ ମାଣ୍ଡଭିୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.9 ° C
    22.9 °
    22.9 °
    86 %
    0.9kmh
    100 %
    Sun
    25 °
    Mon
    26 °
    Tue
    27 °
    Wed
    31 °
    Thu
    31 °

    ସମ୍ବନ୍ଧିତ