Tuesday, February 10, 2026
25.4 C
Odisha

    ବିଚ ରାସ୍ତାରେ ଡାକ୍ତରଙ୍କୁ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ସୋର  : ବାଲେଶ୍ବର ଜିଲ୍ଲା ସୋରରେ ବିଚ ରାସ୍ତାରେ ଡାକ୍ତରଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁ ବିଶେଷଜ୍ଞ ଡାକ୍ତର ବ୍ରଜ କିଶୋର ସ୍ୱାଇଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୋର କଲେଜ ରୋଡରେ ଥିବା ନିଜ କ୍ଲିନିକରୁ ବାପାଙ୍କ ସହିତ ଘର ଖଇରାକୁ ଯିବା ପାଇଁ ଡାକ୍ତର ସ୍ୱାଇଁ କ୍ଲିନିକରୁ ତଳକୁ ଓଲ୍ଲାଇ ଆସୁଥିବା ବେଳେ ଅତର୍କିତ ଆକ୍ରମଣ ହୋଇଛି ।

    ୬ ଜଣ ଦୁର୍ବୃତ୍ତ ପଲସରରେ ଆସି ଡାକ୍ତର ବ୍ରଜକିଶୋର ସ୍ୱାଇଁଙ୍କ ବେକକୁ ହାଣି ପକାଇଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଛନ୍ତି  । ଆକ୍ରମଣ ସ୍ଥଳରୁ କଟୁରୀ ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି । ଗୁରୁତର ଅବସ୍ଥାରେ ଡାକ୍ତର ସ୍ବାଇଁଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଆକ୍ରମଣର କାରଣ ଜଣାପଡ଼ିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    19 %
    1.4kmh
    7 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ