Wednesday, March 18, 2026
21.1 C
Odisha

    ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଲେ ଲଳିତ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦେଶର ଦୁଇ ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା ଏକ ଭିଡ଼ିଓରେ ଏକାଠି ଦେଖା ଯାଇଛନ୍ତି । ଭିଡିଓଟି ଲଣ୍ଡନରେ ବିଜୟ ମାଲ୍ୟାଙ୍କ ଜନ୍ମଦିନରେ କରାଯାଇଛି । ଭିଡିଓ ଅନୁସାରେ, ଲଳିତ ମୋଦୀ ଲଣ୍ଡନରେ ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ଯୋଗଦେବା ସମୟର ଏକ ଭିଡିଓ କରି ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଲଳିତ ମୋଦୀ କହୁଛନ୍ତି ଯେ, ଆମେ ଦୁଇ ପଳାତକ, ଭାରତର ସବୁଠାରୁ ବଡ଼ ପଳାତକ ।

    ଲଳିତ ମୋଦୀ ଏବଂ ବିଜୟ ମାଲ୍ୟା ଉଭୟ ଆର୍ଥିକ ଅନୈତିକତାର ଅଭିଯୋଗ ନେଇ ଭାରତରେ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି, ଯାହାକୁ ସେମାନେ ଉଭୟେ ଅସ୍ୱୀକାର କରିଛନ୍ତି । ଏହି ବର୍ଷ ପ୍ରାରମ୍ଭରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଏକ ସଂଘ କିଙ୍ଗଫିସର ଏୟାରଲାଇନ୍ସ ଦ୍ୱାରା ବକେୟା ଋଣ ପରିଶୋଧ ପାଇଁ ତାଙ୍କ ବିରୁଦ୍ଧରେ ଦେବାଳିଆ ଆଦେଶକୁ ବଜାୟ ରଖିବା ପାଇଁ ଲଣ୍ଡନରେ ଏକ ଅଦାଲତରେ ଆବେଦନ କରିଥିଲେ । ଅଦାଲତର ରାୟ ମଧ୍ୟ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ ଶୁଣାଇ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ