Wednesday, January 14, 2026
12.9 C
Odisha

    ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଲେ ଲଳିତ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦେଶର ଦୁଇ ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା ଏକ ଭିଡ଼ିଓରେ ଏକାଠି ଦେଖା ଯାଇଛନ୍ତି । ଭିଡିଓଟି ଲଣ୍ଡନରେ ବିଜୟ ମାଲ୍ୟାଙ୍କ ଜନ୍ମଦିନରେ କରାଯାଇଛି । ଭିଡିଓ ଅନୁସାରେ, ଲଳିତ ମୋଦୀ ଲଣ୍ଡନରେ ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ଯୋଗଦେବା ସମୟର ଏକ ଭିଡିଓ କରି ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଲଳିତ ମୋଦୀ କହୁଛନ୍ତି ଯେ, ଆମେ ଦୁଇ ପଳାତକ, ଭାରତର ସବୁଠାରୁ ବଡ଼ ପଳାତକ ।

    ଲଳିତ ମୋଦୀ ଏବଂ ବିଜୟ ମାଲ୍ୟା ଉଭୟ ଆର୍ଥିକ ଅନୈତିକତାର ଅଭିଯୋଗ ନେଇ ଭାରତରେ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି, ଯାହାକୁ ସେମାନେ ଉଭୟେ ଅସ୍ୱୀକାର କରିଛନ୍ତି । ଏହି ବର୍ଷ ପ୍ରାରମ୍ଭରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଏକ ସଂଘ କିଙ୍ଗଫିସର ଏୟାରଲାଇନ୍ସ ଦ୍ୱାରା ବକେୟା ଋଣ ପରିଶୋଧ ପାଇଁ ତାଙ୍କ ବିରୁଦ୍ଧରେ ଦେବାଳିଆ ଆଦେଶକୁ ବଜାୟ ରଖିବା ପାଇଁ ଲଣ୍ଡନରେ ଏକ ଅଦାଲତରେ ଆବେଦନ କରିଥିଲେ । ଅଦାଲତର ରାୟ ମଧ୍ୟ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ ଶୁଣାଇ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12.9 ° C
    12.9 °
    12.9 °
    51 %
    1.5kmh
    7 %
    Wed
    27 °
    Thu
    28 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ