Saturday, February 8, 2025
24.4 C
Odisha

    ବ୍ଲଡ୍ ସୁଗାର ସହ ଦୂର କରିବ ତୁଳସୀ ପତ୍ର

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ସମସ୍ତ ଲୋକେ ଚାହିଁଥାନ୍ତି ଯେ ସେମାନେ କିପରି ସୁସ୍ଥ ରହିବେ । ଆପଣ ଯଦି ଲାଇଫ୍ ଷ୍ଟାଇଲକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ କିଛି ନା କିଛି କାମ କରନ୍ତୁ, ଯାହା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସବୁଦିନ ଆପଣଙ୍କୁ ମର୍ଣ୍ଣିଂ ୱାକ୍ ଯିବାକୁ ପଡିବ ଏବଂ ଘରର ସମସ୍ତ କାର୍ଯ୍ୟ ମଧ୍ୟ କରିବେ । ଯାହା ଦ୍ବାରା ଆପଣଙ୍କ ଶରୀର ଫିଟ୍ ରହିବ । ଏଥି ସହ ଆପଣ ପୁଷ୍ଟିକର ଜାତୀୟ ଖାଦ୍ୟ ଖାଇବା ମଧ୍ୟ ଅଭ୍ୟାସ୍ କରନ୍ତୁ ।ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ବହୁତ କିଛି ରୋଗ ହେଉଛି । ଏହି ରୋଗକୁ ଦୂର କିପରି କରିବେ ଆଜି ଆପଣଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା କ’ଣ ଖାଇବା ଦ୍ବାରା ବହୁତ କିଛି ସମସ୍ୟା ଦୂର ହେବାକୁ ଲାଗିବ ।

    ପ୍ରଥମେ ଆପଣଙ୍କୁ କହିବୁ ଯେ ତୁଳସୀ ପତ୍ର ଖାଇବା ଦ୍ବାରା ବହୁତ କିଛି ସମସ୍ୟା ଦୂର ହୋଇଥାଏ । ଏଥି ସହ ତୁଳସୀ ପତ୍ରରେ ଭିଟାମିନ୍ ସି’ ଜିଙ୍କ୍ ଏବଂ ଆଇରନ୍ ଭଳି ପ୍ରଚୁର ପରିମାଣର ପୋଷକ ତତ୍ତ୍ବ ମିଳିଥାଏ । ଏହା ସହିତ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ତୁଳସୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ରହିଛି । ଆୟୁର୍ବେଦ ଅନୁସାରେ ତୁଳସୀ ପତ୍ରକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ତୁଳସୀ ପତ୍ରକୁ ଖାଇବାରେ ଆମକୁ କେଉଁ ପ୍ରକାରର ଲାଭ ମିଳିବ ତାହା ଆସନ୍ତୁ ଜାଣିବା ।

    ରୋଗ ପ୍ରତିରୋଧକ ଶକ୍ତି ବଢାଏ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତୁଳସୀ ପତ୍ର ଚୋବାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦୃଢ କରିପାରିବେ । ଯଦି ଆପଣ ବାରମ୍ବାର ଅସୁସ୍ଥ ରହୁଛନ୍ତି, ତେବେ ଆପଣ ଦୈନନ୍ଦିନ ଖାଦ୍ୟ ଯୋଜନାରେ ତୁଳସୀ ପତ୍ରକୁ ସାମିଲ କରିବା ଉଚିତ୍ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ହେଲେ ମଧ୍ୟ ତୁଳସୀ ପତ୍ର ଖାଆନ୍ତୁ ।

    ଅନ୍ତନଳୀ ପାଇଁ ଲାଭଦାୟକ : ଯଦି ଆପଣ ନିୟମିତ ତୁଳସୀ ପତୟ ଚୋବାଇ ଖାଆନ୍ତି ତେବେ ଆପଣ ଆପଣଙ୍କର ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ । ଫାଇବର ଭରପୂର ତୁଳସୀ ପତ୍ର କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଭଳି ପେଟ୍ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ସଠିକ୍ ଫଳାଫଳ ପାଇବା ପାଇଁ ଆପଣଙ୍କୁ ଖାଲି ପେଟରେ ତୁଳସୀ ପତ୍ର ଖାଇବାକୁ ହେବ ।

    ବ୍ଲଡ୍ ଶୁଗାର ନିୟନ୍ତ୍ରଣ : ତୁଳସୀ ପତ୍ରକୁ ଖାଇବା ଦ୍ବାରା ବ୍ଳଡ୍ ଶୁଗାର ସ୍ତର ବହୁ ପରିମାଣରେ ନିୟନ୍ତ୍ରଣ ରହିପାରିବ । ତୁଳସୀ ପତ୍ର ସାହାଯ୍ୟରେ ପାଟି ଦୁର୍ଗନ୍ଧ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ତୁଳସୀ ପତ୍ର ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ । ତୁଳସୀ ପତ୍ରରେ ମିଳୁଥିବା ସମସ୍ତ ଉପାଦାନଗୁଡିକ ଚାପ କମାଇବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତୁଳସୀ ପତ୍ର ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସହାୟକ ହୋଇପାରେ ।

    ଯଦି ଆପଣ ସବୁ ସମୟରେ ଫିଟ୍ ରହିବା ପାଇଁ ଚାହୁଁଛନ୍ତି ତେବେ ସବୁଦିନ ତୁଳସୀ ପତ୍ର ଖାଇବା ଅଭ୍ୟାସ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    25 %
    1.2kmh
    3 %
    Sat
    32 °
    Sun
    33 °
    Mon
    34 °
    Tue
    36 °
    Wed
    37 °

    ସମ୍ବନ୍ଧିତ