Saturday, March 28, 2026
38.2 C
Odisha

    ଭଦ୍ରକରେ ପହଂଚିଲେ ଧର୍ମେନ୍ଦ୍ର ପ୍ରଧାନ,ପ୍ରବଳ ଜନସମାଗମ

    ଆଗକୁ ପଢନ୍ତୁ

    ଧାମନଗର     :    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକଠାରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ହଜାର ହଜାର ବାଇକ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ଧାମନଗର ବଜାର, ଦୋବଲ ହୋଇ ଗୋହିରାଟିକିରି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଗୋହିରା ଟିକିରିଠାରେ ଓଡ଼ିଶାର ଶେଷ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗୋହୀରାଟିକିରୀ ମଠ ପରିଦର୍ଶନ କରି ମଠ ବାବାଙ୍କ ସହ ଭାବବିନିମୟ କରିଥିଲେ। ଦୋବଲ ବସ ଷ୍ଟାଣ୍ଡଠାରୁ ହଜାର ହଜାର କଲେଜ,ସ୍କୁଲ ଛାତ୍ରୀଛାତ୍ର, ଦଳୀୟ କର୍ମୀ, ବୁଦ୍ଧିଜୀବୀଙ୍କ ସହ ଏକତା ପଦଯାତ୍ରାରେ ସାମିଲ ହୋଇ ଦୋବାଲ କାଳି ପଡ଼ିଆଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚ ଶିକ୍ଷା ଏବଂ କ୍ରୀଡା-ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ଏମପି ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂସୁ ମହାପାତ୍ର, ବାଲେଶ୍ୱର ବିଧାୟକ ମାନସ ଦତ୍ତ,ଲଲାଟେନ୍ଦୁ ମହାପାତ୍ର ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ପ୍ରମୁଖ ସାମିଲ ହୋଇଥିଲେ। ପରେ ସାଧାରଣ ସଭାରେ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ