Saturday, February 14, 2026
27.6 C
Odisha

    ଭାରତରେ ପ୍ରଥମଥର ପାଇଁ କିମ୍ସ ହସପିଟାଲରେ ଆପ୍ଲିଓ ଆଇ ୮୦୦ ନେକ୍ସଟ ଜେନେରେସନ ଏଣ୍ଡୋସ୍କୋପି ଅଲଟ୍ରା ସୋନୋଗ୍ରାଫି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତରେ ପ୍ରଥମଥର ପାଇଁ କିମ୍ସ ହସପିଟାଲରେ ଆରମ୍ଭ ହୋଇଛି ଆପ୍ଲିଓ ଆଇ ୮୦୦ ନେକ୍ସଟ ଜେନେରେସନ ଏଣ୍ଡୋସ୍କୋପି ଅଲଟ୍ରା ସୋନୋଗ୍ରାଫି । ଏହା ବିଶ୍ୱରେ ଏକ ନୂଆ ପ୍ରଯୁକ୍ତିବିଦ୍ୟା ଯାହାକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଉତ୍କୃଷ୍ଠ ସେବା ଯୋଗାଇ ଦେଇପାରିବ । ଜାପାନୀ ପ୍ରଯୁକ୍ତିବିଦ୍ୟାରେ ପ୍ରସ୍ତୁତ ଏହି ମେସିନ ପ୍ରଥମଥର ପାଇଁ ଭାରତରେ ବ୍ୟବହୃତ ହେଉଛି ।

    ଏନେଇ କିମ୍ସ ହସପିଟାଲରେ ଏକ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ଦେଶର ପ୍ରମୁଖ ଡାକ୍ତରଙ୍କ ସହ ରାଜ୍ୟର ବିଭିନ୍ନ ହସ୍ପିଟାଲର ଡାକ୍ତର ମାନେ ସାମିଲ ହୋଇଛନ୍ତି । ଯେଉଁଠି ସେମାନେ ଏହି ନୂଆ ପ୍ରଯୁକ୍ତି ବିଦ୍ୟା ବିଷୟରେ ଅବଗତ ହେବା ସହ ଏହାର ବ୍ୟବହାର ଓ ସଫଳ ପରୀକ୍ଷଣ ବିଷୟରେ ଜାଣିପାରିବେ ତାହା ହେଉଛି ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ବୋଲି କିମ୍ସ ହସପିଟାଲ ପକ୍ଷରୁ କୁହାଯାଇଛି ।

    ସେହିଭଳି ଏହି ନୂଆ ପ୍ରଯୁକ୍ତିବିଦ୍ୟା ଲୋକଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟବହାର ହେଉ ବୋଲି କିମ୍ସ ହସପିଟାଲ ପ୍ରତିଷ୍ଠାତା ପ୍ରଫେସର ଡ. ଅଚ୍ୟୁତ ସାମନ୍ତଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ ବୋଲି କିମ୍ସ ହସପିଟାଲ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    24 %
    1.2kmh
    80 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ