Saturday, April 4, 2026
36.1 C
Odisha

    ଭିଜାଯାଇଥିବା ଚିନାବାଦାମ ଖାଇବାର ଫାଇଦା

    ଆଗକୁ ପଢନ୍ତୁ

    ଚିନାବାଦାମ ସ୍ୱାସ୍ଥ୍ୟ ପାଇଁ ପୋଷକ ତତ୍ତ୍ୱର ପାୱାର ହାଉସ ବୋଲି କୁହାଯାଇଥାଏ। ଚିନାବାଦାମରେ ଏଭଳି ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କ ଓଭରଅଲ ହେଲଥକୁ ପ୍ରମୋଟ କରିଥାଏ। ଚିନାବାଦାମରେ ଭିଟାମିନ-ଇ, ଫ୍ୟାଟ୍ସ, ପ୍ରୋଟିନ, ଫାଇବର, ପୋଟାସିୟମ, ଭିଟାମିନ ବି, ମାଗ୍ନେସିୟମ, ଫସଫରସ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ହାଇ କ୍ୟାଲୋରୀ ହେବା ପରେ ମଧ୍ୟ ଚିନାବାଦମ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆପଣ ଏହାକୁ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ। ଅଧିକାଂଶ ଲୋକେ ଭଜା ବାଦାମ ଖାଇବାକୁ ପସନ୍ଦ କରିଥାଆନ୍ତି, ହେଲେ ଭିଜାଯାଇଥିବା ଚିନାବାଦାମ ଖାଇବା ସ୍ୱାସ୍ଥ୍ୟକୁ ଆହୁରି ଲାଭ ଯୋଗାଇବ। ଏଥିରେ କୋଷ୍ଠକାଠିନ୍ୟତା ଏବଂ ହଜମ ସମସ୍ୟା ଦୂର ହୋଇଥାଏ।

    ଚିନାବାଦାମକୁ ଭିଜାଇ ଖାଇବାର ଫାଇଦା:
    ଭିଜାଯାଇଥିବା ଚିନାବାଦାମ ଖାଇବାରେ ହଜମ ହୋଇଥାଏ। ଏଥିରେ ଡାଇଟରୀ ଫାଇବରର ମାତ୍ରା ଅଧିକ ହୋଇଥାଏ, ଯେଉଁଥିରେ ପେଟ ସହଜରେ ସଫା ହୋଇଥାଏ। ବତୁରା ଯାଇଥିବା ଚିନାବାଦାମ ଖାଇବାରେ କୋଷ୍ଠକାଠିନ୍ୟତା ଏବଂ ଗ୍ୟାସରୁ ମୁକ୍ତି ମିଳିଥାଏ।

    ଶରୀରରେ ସମସ୍ତ ପୋଷକ ତତ୍ତ୍ୱ ସହଜରେ ଅବଶୋଷିତ ହୋଇଯାଇଥାଏ। ଚିନାବାଦାମକୁ ଭିଜାଇ ଖାଇବା ଦ୍ୱାରା ହାର୍ଟ ହେଲଥ ସୁସ୍ଥ ରହିଥାଏ।

    ଚିନାବାଦାମରେ monounsaturated ଏବଂ polyunsaturated fats ମିଳିଥାଏ, ଯାହା କୋଲେଷ୍ଟ୍ରଲକୁ କମ କରିଥାଏ।

    ଚିନାବାଦାମ ଖାଇବା ଦ୍ୱାରା ହାର୍ଟଆଟାକର ବିପଦ କମିଥାଏ। ଚିନାବାଦାମ ଖାଇବାରେ ହାର୍ଟର ରୋଗ ଦୂର ହୋଇଥାଏ।

    ଶରୀରକୁ ଗରମ ରଖିବାରେ ଚିନାବାଦାମ ସାହାଯ୍ୟ କରିଥାଏ। ଏଥିପାଇଁ ଥଣ୍ଡାରେ ଲୋକେ ଅଧିକ ଚିନାବାଦାମ ଖାଇବା ଆବଶ୍ୟକ।

    ଚିନାବାଦାମ ଖାଇବାରେ ପୁରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

    ଚିନାବାଦାମରେ ଆଣ୍ଟିଅକ୍ସିଡାଣ୍ଟ ରେସଭେରାଟ୍ରୋଲ ମଧ୍ୟ ମିଳିଥାଏ। ଯେଉଁଥିରେ ଶରୀରରେ ହେଉଥିବା ଯନ୍ତ୍ରଣାକୁ କମ କରାଯାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ