Thursday, March 26, 2026
37.1 C
Odisha

    ମଧ୍ୟାହ୍ନଭୋଜନ ଖାଇ ୨୭ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

    ଆଗକୁ ପଢନ୍ତୁ

    କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ୨୭ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ପେଟ କାଟିବା ଓ ପରେ ବାନ୍ତି ହୋଇ ଅସୁସ୍ଥ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଗୁରୁତର ଛାତ୍ରୀଛାତ୍ରଙ୍କୁ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ିକୁ ସ୍ଥାନାନ୍ତରିତ କରାଯାଇଛି ।
    ମ ଗୁରୁତର ମାନେ ହେଲେ ଶୁଭସ୍ମିତା ପ୍ରଧାନ ଷଷ୍ଠ ,ଅଦ୍ୟାସା ନାୟକ ସପ୍ତମ, ଦୀପିକା ମୁଖୀ ଷଷ୍ଠ, ମାମୁନି ପ୍ରଧାନ ଅଷ୍ଟମ, ନିକିତା ପ୍ରଧାନ ଅଷ୍ଟମ , ନିହାରିକା ଦିଗାଲ ଷଷ୍ଠ ,ଆଦର୍ଶ ଦେବ ଦିଗାଳ ଷଷ୍ଠ, ଆମୋସ ନାୟକ ପ୍ରଥମ, ଖୁସି ନାୟକ ସପ୍ତମ, ରିହାନ ପରିଛା ସପ୍ତମ ,ଲୁଇସା ପରିଛା ଚତୃର୍ଥ ଆହିଲ ନାୟକ ପ୍ରଥମ ଶ୍ରେଣୀ ବୋଲି ଜଣାପଡ଼ିଛି। ୧୨ ଜଣ ଛାତ୍ରଛାତ୍ରୀ ଗୁରୁତର ରହିଥିବା ବେଳେ ୨୭ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଯୋଗ ପ୍ରକାରେ ମଧ୍ୟାହ୍ନଭୋଜନରେ ଭାତ, ଡାଲି ଓ ଅଣ୍ଡା ଖାଇବାକୁ ଦିଆଯାଇଥିଲା। ଖାଦ୍ୟ ଖଟା ଲାଗୁଥିବା ଓ ତାକୁ ଖାଇବା ପରେ ପିଲାଙ୍କ ପେଟ କାଟିବା ଆରମ୍ଭ କରିଥିଲା। କିଛି ଛାତ୍ରୀଛାତ୍ର ଉକ୍ତ ମଧ୍ୟାହ୍ନଭୋଜନ ନ ଖାଇ ଫିଙ୍ଗି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ