Thursday, April 2, 2026
37.1 C
Odisha

    ମନମୋହନଙ୍କ ସମାଧି ପାଇଁ ସ୍ଥାନ ଦିଅନ୍ତୁ, ମୋଦୀଙ୍କୁ ଚିଠି ଲେଖିଲେ ଖଡ଼ଗେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମାଧି ପାଇଁ ସ୍ଥାନ ଦେବାକୁ ଦାବି କରିଛନ୍ତି।
    ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରି ଓ ଚିଠି ଲେଖି ଅପିଲ କରିଛନ୍ତି ଯେ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଏବଂ ସ୍ମାରକ ସ୍ଥାପନ କରିବା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ମନମୋହନ ସିଂଙ୍କ ଶେଷ ରୀତିନୀତି ଶନିବାର ଦିନ ଅନୁଷ୍ଠିତ ହେବ। ଏହାପୂର୍ବରୁ ତାଙ୍କର ଶେଷଦର୍ଶନ ପାଇଁ ଶନିବାର ସକାଳେ କଂଗ୍ରେସ କାର୍ଯ୍ୟାଳୟରେ ରଖାଯିବ। ମନମୋହନ ସିଂଙ୍କ ଗୁରୁବାର ଦେହାନ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ନେତା ଶୁକ୍ରବାର ତାଙ୍କ ବାସଭବନରେ ପହଂଚି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

    ଅନ୍ୟପଟେ ମନମୋହନଙ୍କ ଦେହାନ୍ତ ପରେ ଏକ ଭିଡିଓ ବାର୍ତ୍ତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଡ. ସିଂହଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ଏକ ସାଧାରଣ ଉପଲବ୍ଧି ନୁହେଁ ଏବଂ ବିଭାଜନ ସମୟରେ ଭାରତ ଆସିବା ପରେ ଅନେକ କିଛି ହରାଇବା ସତ୍ତ୍ୱେ ଡ. ସିଂହ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଡ. ସିଂହଙ୍କ ଜୀବନ ଭବିଷ୍ୟତ ପିଢ଼ିକୁ କିପରି ପ୍ରତିକୂଳ ପରିସ୍ଥିତିରୁ ଉପରକୁ ଉଠିବା ଏବଂ ସଫଳତାର ସୁଦୀର୍ଘ ଉଚ୍ଚତା ହାସଲ କରିହୁଏ ତାହା ଶିକ୍ଷା ଦେଉଛି ।

    ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଡ. ସିଂହଙ୍କୁ ସର୍ବଦା ଦୟାଳୁ ବ୍ୟକ୍ତି, ଶିକ୍ଷିତ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ । ଏହି ଅବସରରେ ସେ ଅର୍ଥନୀତିଜ୍ଞ ଭାବରେ ବିଭିନ୍ନ ସ୍ତରରେ ଭାରତ ସରକାରଙ୍କ ପାଇଁ ଡ. ସିଂହଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ଚ୍ୟାଲେଞ୍ଜ ସମୟରେ ଭାରତର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଡ. ସିଂହଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ