Sunday, February 23, 2025
21.1 C
Odisha

    ମନ୍ କି ବାତ୍’ରେ କ୍ରିକେଟ୍ କଥା କହି ଇସ୍ରୋକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମନ୍ କି ବାତ୍ ଆରମ୍ଭରୁ କ୍ରିକେଟ୍ କଥା କହିଲେ । ମୋଦୀ କହିଛନ୍ତି, ଏବେ ସବୁଠି ଚାମ୍ପିୟନ୍ସ ଟ୍ରଫି ଏବଂ କ୍ରିକେଟର ମାହୋଲ । କ୍ରିକେଟରେ ସେଞ୍ଚୁରୀ ମହତ୍ବ ଏବଂ ମାହୋଲ କଣ ସମସ୍ତଙ୍କୁ ଜଣା । ସେହିପରି ଭାରତ ମହାକାଶ କ୍ଷେତ୍ରରେ ବି ସେଞ୍ଚୁରୀ ମାରିଛି । ଇସ୍ରୋକୁ ପ୍ରଶଂସା କରି ମୋଦୀ କହିଛନ୍ତି ମହାକାଶରେ ଭାରତ ରେକର୍ଡ କରିଛି । ୧୦୦ତମ ରକେଟ୍ ଲଞ୍ଚ କରିଛି ଇସ୍ରୋ । ୧୦ ବର୍ଷରେ ୪୦୦ରୁ ଅଧିକ ସାଟେଲାଇଟ୍ ଲଞ୍ଚ ହୋଇଛି । ମହାକାଶ ଗବେଷଣା କ୍ଷେତ୍ରରେ ନାରୀଶକ୍ତିର ଅବଦାନ ବଢୁଛି । ମାର୍ଚ୍ଚ ୮ ନାରୀଶକ୍ତିକୁ ସମ୍ମାନ ଦିନ । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରିଛି । ନାରୀଙ୍କୁ ସମ୍ମାନ ଜଣାଇ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଛି ପ୍ରତିଷ୍ଠିତ ଏବଂ ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଛନ୍ତି ।

    ଏଆଇର ବ୍ୟବହାରକୁ ନେଇ ମନ କି ବାତରେ ମତ ରଖିଛନ୍ତି ମୋଦୀ । ଏଆଇ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଦୈନିକ ଜୀବନରେ ବି ଏଆଇର ବ୍ୟବହାର ବଢିଚାଲିଛି । ନୂଆ ଜ୍ଞାନ କୌଶଳରେ କେବେ ପଛଘୁଞ୍ଚା ଦେବନି ଭାରତ ।
    ସ୍ବାସ୍ଥ୍ୟ ହିଁ ସମ୍ପଦ । ସ୍ବାସ୍ଥ୍ୟକୁ ନେଇ ମନର କଥା କହିଛନ୍ତି ମୋଦୀ । ଭାରତରେ ମେଦ ବହୁଳତା ନେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ମେଦ ବହୁଳତା ଅନେକ ରୋଗର କାରଣ । ୮ ଜଣରୁ ଜଣେ ମେଦ ବହୁଳତରା ଶିକାର । ଛୋଟପିଲାଙ୍କ କ୍ଷେତ୍ରରେ ଏହା ୪ ଗୁଣା ବଢିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    27 %
    1.8kmh
    0 %
    Sun
    21 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ