Saturday, April 4, 2026
38.1 C
Odisha

    ମହାକାଶରୁ ଦେଖାଗଲା ପୃଥିବୀର ଅପୂର୍ବ ରୂପ, ଆର୍ଟେମିସ୍-୨ ମିଶନରୁ ପଠାଗଲା ପ୍ରଥମ ଫଟୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମହାକାଶରୁ ଦେଖାଗଲା ପୃଥିବୀର ଅପୂର୍ବ ରୂପ । ଆର୍ଟେମିସ୍-୨ ମିଶନରୁ ପଠାଗଲା ପ୍ରଥମ ଫଟୋ । ୪୦ ହଜାର ମାଇଲ୍ ଦୂରରୁ ଅତି ସୁନ୍ଦର ଦେଖାଯାଉଛି ପୃଥିବୀ । ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନରେ ଯାଇଥିବା ମହାକାଶଚାରୀମାନେ ମହାକାଶର ଗଭୀରତାରୁ ପୃଥିବୀର ଅତି ସୁନ୍ଦର ଓ ସ୍ପଷ୍ଟ ଫଟୋ ପଠାଇଛନ୍ତି । ଓରିଅନ୍ ମହାକାଶଯାନରୁ ନିଆଯାଇଥିବା ଏହି ଫଟୋଗୁଡ଼ିକ ୧୯୭୨ ମସିହାର ପ୍ରସିଦ୍ଧ ‘ବ୍ଲୁ ମାର୍ବଲ୍’ ଫଟୋର ସ୍ମୃତି ସତେଜ କରିଦେଇଛି ।

    ପ୍ରାୟ ୪୦,୦୦୦ ମାଇଲରୁ ଅଧିକ ଦୂରରୁ ନିଆଯାଇଥିବା ଏହି ଫଟୋରେ ଅଷ୍ଟ୍ରେଲିଆ ଓ ଭାରତ ମହାସାଗର ଉପରେ ବାଦଲର ଖେଳ ଦେଖାଯାଉଛି । ଏହାସହ ପୃଥିବୀର ଦୁଇ ମେରୁରେ ଦେଖାଯାଉଥିବା ରଙ୍ଗୀନ ଆଲୋକ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି । ଏପ୍ରିଲ୍ ୧ ତାରିଖରେ କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଥିବା ଏହି ଯାନରେ ୪ ଜଣ ମହାକାଶଚାରୀ ଅଛନ୍ତି । ଗତ ୫୦ ବର୍ଷ ମଧ୍ୟରେ ଏହା ପ୍ରଥମ ମାନବବାହୀ ମିଶନ । ଯାହା ପୃଥିବୀର କକ୍ଷପଥ ଛାଡ଼ି ଏତେ ଦୂରକୁ ଯାଇଛି । ଗୋଟିଏ ଫଟୋରେ ଓରିଅନ୍ କ୍ୟାପସୁଲ୍ ର ଝରକା ଦେଇ ପୃଥିବୀର ଏକ ଛୋଟ ଅଂଶ ଦେଖାଯାଉଛି । ଯାହା ଅତ୍ୟନ୍ତ ଭାବପୂର୍ଣ୍ଣ ।

    ନାସା ମୁଖ୍ୟ ବିଲ୍ ନେଲସନ କହିଛନ୍ତି ଯେ, “ଏହି ଫଟୋଗୁଡ଼ିକ ଆମ ସୁନ୍ଦର ପୃଥିବୀର ସୁରକ୍ଷା ପାଇଁ ଆମକୁ ସଚେତନ କରାଉଛି। ବର୍ତ୍ତମାନ ସୁଦ୍ଧା ମହାକାଶଯାନଟି ପୃଥିବୀଠାରୁ ପ୍ରାୟ ୯୭,୦୦୦ ମାଇଲ୍ ଦୂରରେ ଅଛି । ଦ୍ରୁତ ଗତିରେ ଚନ୍ଦ୍ର ଆଡ଼କୁ ବଢ଼ୁଛି । ଆସନ୍ତା ସପ୍ତାହ ଆରମ୍ଭରେ ଏହା ଚନ୍ଦ୍ରର ଅତି ନିକଟ ଦେଇ ଗତି କରିବ । ୧୦ ଦିନର ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେଲେ ଆଗାମୀ ଦିନରେ ନାସା ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ପ୍ରସ୍ତୁତି କରିବ । ସୋସିଆଲ ମିଡିଆରେ ଏହି ଫଟୋଗୁଡ଼ିକ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ନାସା ପକ୍ଷରୁ ଆଗକୁ ଚନ୍ଦ୍ରର ଆହୁରି ପାଖରୁ ଭିଡିଓ ଏବଂ ଫଟୋ ଜାରି କରାଯିବ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ