Thursday, April 9, 2026
35.5 C
Odisha

    ମହାପ୍ରଭୁଙ୍କ ଚଳନ୍ତି ଭଣ୍ଡାର ଗଣତି ପରେ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଚଳନ୍ତି ଭଣ୍ଡାର ଗଣତି ପରେ ଆରମ୍ଭ ହୋଇଛି ବାହାର ରତ୍ନଭଣ୍ଡାର ଗଣତିମଣତି । ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯାଉଛି । ଗତକାଲି ୨୦ ପ୍ରତିଶତ ଗଣତି ମଣତି ସରିଛି ଚଳିତ ସପ୍ତାହରେ ୪ ଦିନ ଓ ଆସନ୍ତା ସପ୍ତାହରେ ୪ ଦିନ ଗଣତି ମଣତି କରାଯିବ । ଗଣତି ପ୍ରକ୍ରିୟା ବେଳେ ଶ୍ରୀଜିଉଙ୍କ ନୀତିକାନ୍ତି ଅବ୍ୟାହତ ରହିବ । ଭିତରକାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାରକାଠ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

    ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି । ୧୯୭୮ ମସିହା ତାଲିକା ସହ ମେଳକ କରାଯିବ । ଏହାପରେ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ। ସଂପୂର୍ଣ୍ଣ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟାର ଫଟୋଗ୍ରାଫି ,ଭିଡିଓଗ୍ରାଫି ଓ 3 D mapping କରାଯାଉଛି। ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ସରିଛି । ବାହାର ରତ୍ନଭଣ୍ଡାର ଗଣତି ସରି ମେଳକ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.5 ° C
    35.5 °
    35.5 °
    23 %
    1.7kmh
    87 %
    Thu
    38 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ