Thursday, April 2, 2026
26 C
Odisha

    ମହିଳା ହାବିଲଦାରଙ୍କ ନିର୍ଯାତନା ଘଟଣାରେ ତଦନ୍ତ ନିର୍ଦ୍ଦେଶ, ଦିନକ ପୂର୍ବରୁ ଇସ୍ତଫା ଦେଇଥିଲେ ମହିଳା ହାବିଲଦାର

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳରେ ମହିଳା ହାବିଲଦାରଙ୍କୁ ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ଘଟଣାରେ ତଦନ୍ତ ନିର୍ଦ୍ଦେଶ । ଜଣେ ବରିଷ୍ଠ ମହିଳା DSP ଅଭିଯୋଗର ତଦନ୍ତ କରିବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ତଦନ୍ତ ଦାୟିତ୍ବ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ ।

    ମାନସିକ ନିର୍ଯାତନା ଅଭିଯୋଗ ଆଣି ଦିନକ ପୂର୍ବରୁ ଇସ୍ତଫା ଦେଇଥିଲେ ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳ । ତାଙ୍କ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ତରଫରୁ ନିରନ୍ତର ଚାପ ଓ ମାନସିକ ନିର୍ଯାତନା ଅଭିଯୋଗ କରିଛନ୍ତି ସୁମିତ୍ରା । ଦୁଇ ଜଣ କର୍ମଚାରୀଙ୍କ ନାଁ ନେଇଥିଲେ । କାର୍ଯ୍ୟସ୍ଥଳରେ ମାନସିକ ଚାପରେ ରହୁଥିଲେ । ଛୁଟି ମାଗିଲେ ମଧ୍ୟ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ।

    ସୂଚନା ଅନୁଯାୟୀ, ରିଜର୍ଭ ଇନସ୍ପେକ୍ଟର ଗୋବିନ୍ଦ ମାହାରି ଓ ଫୋର୍ସ ସେକସନ ଅଫିସ ହାବିଲଦାର ଶୁଭ୍ରକାନ୍ତ ସାହୁ ସମ୍ପୃକ୍ତ ମହିଳା ହାବିଲଦାରଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ । ଦୀର୍ଘଦିନ ଧରି ସେ କାର୍ଯ୍ୟସ୍ଥଳରେ ମାନସିକ ଚାପରେ ରହୁଥିଲେ । ଛୁଟି ମାଗିଲେ ମଧ୍ୟ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ।

    ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ସେ ଏଭଳି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ଏହି ଘଟଣା ପୁଲିସ ବିଭାଗରେ କାର୍ଯ୍ୟ ପରିବେଶ ଓ କର୍ମଚାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ