Tuesday, March 4, 2025
22.9 C
Odisha

    ମାଟି ଖୋଳିଲେ ବାହାରୁଛି ରତ୍ନପଥର, ମାଟି ଖୋଳିବାରେ ଲାଗିପଡିଛନ୍ତି ସମସ୍ତ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ବୌଦ୍ଧ : ମାଟି ଖୋଳିଲେ ବାହାରୁଛି ରତ୍ନପଥର, ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଥାନା ବାଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗାଁରେ । ରତ୍ନପଥର ମୂଲ୍ୟବାନ ହେବା ସହ ଏହା ବହୁତ ଦୁର୍ଲଭ ମଧ୍ୟ ହୋଇଥାଏ । ସହଜରେ ଏହା କେଉଁଠି ମିଳିନଥାଏ । କୁହାଯାଏ ଭୂମିର ବହୁତ ତଳେ ଏହା ଗଛିତ ହୋଇରହିଛି । ଯାହାକୁ ସହଜରେ ଆଣିବା ସମ୍ଭବ ନୁହେଁ । ସେଇଥିପାଇଁ ତ ଏହି ପଥର ବହୁତ ଦାମୀକିଆ ହୋଇଥାଏ । ହୀରା ସୁନା ଭଳି ଅନେକ ଲୋକ ଏସବୁକୁ ପିନ୍ଧିବାକୁ ଭଲ ପାଆନ୍ତି ।ସେଥିପାଇଁ ତ କେଜି ପ୍ରତି ୨୫ଶହରୁ ୩ହଜାର ଟଙ୍କା ଦେଇ ଏହି ରତ୍ନପଥର କିଣିନେଉଛନ୍ତି ମାଫିଆ । ତେବେ ମାଟିତଳୁ ବାହାରୁଥିବା ଏହି ଭିନ୍ନ ଧରଣର ପଥର ଗୁଡିକ କେଉଁ ପଥର ତାହା ଯାଞ୍ଚ ହେବା ନିହାତି ଜରୁରୀ । କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।

    ସୂଚନା ମୁତାବକ, ଖୁଣ୍ଟିଆପଡା ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଉଥିଲେ । ଆଉ ସେହି ମାଟିରେ ଗାଁ ଲୋକ ଦେଖିବାକୁ ପାଇଥିଲେ ରତ୍ନପଥର । ଆଉ ତା ପରେ ପୁରା ଗାଁରେ ଚହଳ ପଡିଯାଇଥିଲା । ତାପରେ ଆରମ୍ଭ ହେଲା ରତ୍ନପଥର ଖୋଜା । ଦେଖୁ ଦେଖୁ ସେହି ସ୍ଥାନରେ ଏକାଠି ହୋଇଗଲେ ଗ୍ରାମବାସୀ । ଆଉ ଉଠାଇ ନେଇଯାଉଛନ୍ତି ରତ୍ନପଥର । ଅନ୍ୟପଟେ ଏହି ଖବର ପଥର ମାଫିଆଙ୍କ କାନରେ ପଡିବାରୁ ସେମାନେ ବାହାରୁ ଆସି କିଲୋ ପ୍ରତି ୨୫ ଶହରୁ ୩ ହଜାର ଟଙ୍କା ଦେଇ ନେଇଯାଉଛନ୍ତି ପଥର । ତେବେ ତିନିଦିନ ହେଲାଣି ଏଠି ଗ୍ରାମବାସୀ ରତ୍ନ ପଥର ଖୋଳିବାରେ ଲାଗିପଡ଼ିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    32 %
    1.6kmh
    82 %
    Mon
    23 °
    Tue
    35 °
    Wed
    36 °
    Thu
    35 °
    Fri
    36 °

    ସମ୍ବନ୍ଧିତ